ଗଣେଶ ଭସାଣି ପଟୁଆରରେ ଛୁରାମାଡ଼

Advertisment
ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଫୁଲବାଣୀ : ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ରାମାଡ଼ି ଗ୍ରାମରେ ଗଣେଶ ମେଢ ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ ଓ ଏହା ପରେ ଗ୍ରାମର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ଏ ନେଇ ଫୁଲବାଣୀ ସଦର ଥାନାରେ ମାମଲା ରୁଜୁ ହୋଇଛି। ଏଣେ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗ କରି ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକ ଓରଫ ପପୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଗ୍ରାମବାସୀ ଫୁଲବାଣୀ-ଗୋଛାପଡ଼ା ଦଡ଼କି ଛକଠାରେ ରାସ୍ତାରୋକ କରିଥିଲେ। ଏତିକିବେଳେ ଗ୍ରାମର ଶତାଧିକ ମହିଳା ଏକାଠି ହୋଇ ସରପଞ୍ଚ ନମିତା ମଲ୍ଲିକଙ୍କୁ ଘରୁ ଟାଣି ଆଣିଥିଲେ। ତାଙ୍କ ପୁଅ ସଞ୍ଜିତକୁ ତୁରନ୍ତ ଗିରଫ ଦାବି କରି ସରପଞ୍ଚଙ୍କୁ ରାସ୍ତା ଉପରେ ବସାଇ ରଖିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଫୁଲବାଣୀ ସଦର ଥାନାଧିକାରୀ ସମୀର କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe