ଯୁବକଙ୍କ ଉନ୍ମତ୍ତକାଣ୍ଡ; ଛୁରାମାଡ଼ରେ ଦମ୍ପତି ଗୁରୁତର

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ବ୍ୟାସନଗର : ବିବାହିତ ‌ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ହିତାହିତ ଜ୍ଞାନ ‌ହରାଇ ସେ ସଂପୃକ୍ତ ମହିଳାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଛୁରାମାଡ଼ କରିଛି। ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାଲେପୁରର ଯୁବକ ଲଲାଟେନ୍ଦୁ ବାରିକ (୩୦)କୁ ଗିରଫ କରିଛି। ଯାଜପୁରରୋଡ୍‌ ଥାନା ସାପଗାଡ଼ିଆରେ ଆଜି ଏହି ଘଟଣା ଘଟିଛି।

ପୁଲିସ ସୂଚନା ଅନୁସାରେ ସାପଗାଡ଼ିଆରେ ଶଶଧର ବିଶ୍ବାଳ (୩୮) ଓ ତାଙ୍କ ପତ୍ନୀ ସୁଶୀଳା ବିଶ୍ବାଳ (୩୫) ରହନ୍ତି। ସୋସିଆଲ ମିଡିଆରେ ସୁଶୀଳାଙ୍କୁ ଦେଖି ଲଲାଟେନ୍ଦୁ ଚାଟିଂ କରିବା ସହ ଏକପାଖିଆ ପ୍ରେମ କରିବସିଥିଲା। ଆଜି ସେ ହଠାତ ସାପଗାଡ଼ିଆ ସୁଶୀଳାଙ୍କ ଘରେ ପହଞ୍ଚି ତାଙ୍କୁ ପ୍ରେମ ନିବେଦନ କରିଥିଲା। ଏଥିରେ ସୁଶୀଳା ଅରାଜି ହେବାରୁ ଲଲାଟେନ୍ଦୁ ଉତ୍‌କ୍ଷିପ୍ତ ହୋଇଉଠିଥିଲା। ହିତାହିତ ଜ୍ଞାନ ହରାଇ ତାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା। ଏଥିରେ ସୁଶୀଳାଙ୍କ ହାତରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ଶଶଧର ପହଞ୍ଚି ବଞ୍ଚାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଛୁରାମାଡ଼ କରିଥିଲା। ଫଳରେ ଶଶଧରଙ୍କ ହାତ ଓ ଗାଲରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପାଟିତୁଣ୍ଡ ଶୁଣି ପାଖରେ ଥିବା ଲୋକମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଲଲ‌ାଟେନ୍ଦୁକୁ କାବୁ କରିଥିଲେ। ଉଭୟ ପତିପତ୍ନୀଙ୍କୁ ଯାଜପୁରରୋଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ମାମଲା ନମ୍ବର ୩୭୪/୨୨‌ରେ ଦଫା ୪୪୮, ୩୨୪, ୫୦୬ ଆଇପିସିରେ ଲଲାଟେନ୍ଦୁକୁ ଗିରଫ କରାଯାଇଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe