ଅଟକିଛି ଷ୍ଟାଫ ସିଲେକ୍ସନ ପରୀକ୍ଷା: କର୍ତ୍ତୃପକ୍ଷଙ୍କୁ ଘେରିଲେ ଆବେଦନକାରୀ

Advertisment
ଅଟକିଛି ଷ୍ଟାଫ ସିଲେକ୍ସନ ପରୀକ୍ଷା: କର୍ତ୍ତୃପକ୍ଷଙ୍କୁ ଘେରିଲେ ଆବେଦନକାରୀ

ଭୁବନେଶ୍ୱର : ଷ୍ଟାଫ୍‌ ସିଲେକ୍ସନ୍‌ ପକ୍ଷରୁ ୨୦୧୪ରେ ବିଜ୍ଞାପନ ହୋଇଥିଲା। ୨୦୧୫ରେ ପରୀକ୍ଷା ହେଲା। ୨୦୧୬ରେ ଫଳ ବାହାରିଲା। ୨୦୧୭ରେ ସାକ୍ଷାତକାର ପା‌ଇଁ ତାଲିକା ବାହାରିଲା। ହେଲେ ଆଉ ସାକ୍ଷାତକାର ହେଉନି। ଏ ନେଇ ଆଜି ୨୦ରୁ ଊର୍ଦ୍ଧ୍ବ ଆବେଦନଦକାରୀ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ଅନ୍ୟପକ୍ଷରେ ଷ୍ଟାଫ୍ ସିଲେକ୍ସନ କମିସନର ସଚିବ ଅକ୍ଷୟ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଷ୍ଟାଫ୍‌ ଅଭାବ ଯୋଗୁ ପ୍ରକ୍ରିୟାରେ ବିଳମ୍ବ ହୋଇଛି। କିନ୍ତୁ ଆମେ ପ୍ରକ୍ରିୟାକୁ ତୁରନ୍ତ ତ୍ବରାନ୍ବିତ କରିବା ପାଇଁ ଯୋଜନା କରୁଛୁ। ତେବେ ବାତିଲ ପାଇଁ ଆମେ ଦାୟୀ ନୁହଁ। ଯେଉଁ ବିଭାଗ ଆମକୁ ପରୀକ୍ଷା ପାଇଁ ଲେଖନ୍ତି, ସେମାନେ ହିଁ ପରେ ଏହି ପଦପଦବିକୁ ନେଇ ନିଶ୍ଚିତ କରିପାରନ୍ତି ନାହିଁ। ଏଣୁ ବାତିଲ କରିବାକୁ ଆମେ ବାଧ୍ୟ ହେଇଥାଉ ବୋଲି କହିଛନ୍ତି।

ଗୋଟିଏ କିମ୍ବା ଦୁଇଟି ବିଭାଗ ନୁହେଁ ବରଂ କମ୍ବାଇନ୍‌ ଅଡିଟର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ, ଆରଆଇ, ଅମିନ, କନିଷ୍ଠ କିରାଣି, କନିଷ୍ଠ ସହାୟକ, ପୁଲିସ ଏସ୍‌ଆଇ, ଷ୍ଟାଟିଷ୍ଟିକାଲ କ୍ଲର୍କ, ସଏଲ କଞ୍ଜରଭେସନ୍‌, ଆୟୂଷ ଆସିଷ୍ଟାଣ୍ଟ ଭଳି ଅନେକ ପଦପଦବିରେ ବିଜ୍ଞାପନ ବାହାରିବା ପରେ ଭାଇଭା ବା ନିଯୁକ୍ତିରେ ଅହେତୁକ ବିଳମ୍ବ ହୋଇଛି। ତେବେ ଏହି ପ୍ରକ୍ରିୟାରେ ଅନେକ ତ୍ରୁଟି ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ୱେଟିଂ ଲିଷ୍ଟ ସହ କ୍ୟାଲେଣ୍ଡର ପ୍ରକାଶ ପାଉନାହିଁ। କମ୍ବାଇନ୍‌ଡ ପରୀକ୍ଷା ମଧ୍ୟ ହେଉନାହିଁ। ଫଳ‌ରେ ଜଣେ ଜଣେ ଆବେଦନକାରୀ ଏକାଧିକ ପଦପଦବିରେ ଆବେଦନ କରୁଥିବା ବେଳେ ପ୍ରକ୍ରିୟା ଏଭଳି ବିଳମ୍ବ ହେଉଥିବାରୁ ଅନେକ ଯୋଗ୍ୟ ଆବେଦନକାରୀ ହତାଶ ହେଉଛନ୍ତି। କର୍ତ୍ତୃପକ୍ଷ ଷ୍ଟାଫ୍ ଅଭାବ କହି ଖସି ଯାଉଛନ୍ତି, କିନ୍ତୁ ଏଥିରେ ହଜାର ହଜାର ଯୁବକ ଯୁବତୀଙ୍କ ଭାଗ୍ୟ ଝୁଲି ରହୁଛି। ଅନେକ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି। ଆବଶ୍ୟକ ମୁତାବକ ଷ୍ଟାଫ୍‌ ନିଯୁକ୍ତି ଦେଇ କାହିଁକି ପ୍ରକ୍ରିୟା ତ୍ବରାନ୍ବିତ କରାଯାଉ ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe