stampede like situation in Rath Yatra: Investigative Committee Chairman appeals to send video or information Photograph: (sambad.in)
ଭୁବନେଶ୍ବର: ରଥଯାତ୍ରାରେ ଦଳାଚକଟା ଭଳି ପରିସ୍ଥିତି ନେଇ ଉନ୍ନୟନ କମିସନର ତଥା ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ଦଳାଚକଟା ସମୟରେ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାହା ଦେବା ପାଇଁ ସେ ଅପିଲ୍ କରିଛନ୍ତି।
ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ: ଅରୁଣ ସାହୁ
puritragedy.inquiry@odisha.gov.in ମେଲ୍ idରେ ଶ୍ରଦ୍ଧାଳୁମାନେ ଭିଡିଓ ତଥା ତଥ୍ୟ ପଠାଇ ପାରିବେ।
ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି।
ଅଧିକ ପଢ଼ନ୍ତୁ: ହିମାଚଳରେ କନ୍ଦାଉଛି ମୌସୁମୀ ବର୍ଷା: ୧୩ଦିନରେ ୬୩ଜଣକ ମୃତ୍ୟୁ, ନଷ୍ଟ ହୋଇଛି ୪୦୦କୋଟିର ସମ୍ପତ୍ତି
anu garg | lord jagannath | Rath Yatra 2025 | stampede
Follow Us