ଐତିହ୍ୟ ଭାଂଗି ନିଲାମ ଘଟଣା : ବାତିଲ ହେବ ଷ୍ଟାଣ୍ଡ୍‌ ନିଲାମ

ଶ୍ରୀମନ୍ଦିର ଜମିରେ ପୌରସଂସ୍ଥାର ଅନଧିକାର ପ୍ରବେଶ

ଐତିହ୍ୟ ଭାଂଗି ନିଲାମ ଘଟଣା : ବାତିଲ ହେବ ଷ୍ଟାଣ୍ଡ୍‌ ନିଲାମ

ପୁରୀ : ଐତିହ୍ୟ ଭାଂଗି ବେପାର ଆରମ୍ଭ ‌ହେବା ଘଟଣା ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏ ନେଇ ରାଜ୍ୟ ସାରା ଅସନ୍ତୋଷ ଦେଖାଦେଇଛି। ଅସନ୍ତୋଷ ଓ ପ୍ରତିକ୍ରିୟା ଚାପ‌ରେ ଏବେ ଏହି ନିଲାମକୁ ବାତିଲ କରିବାକୁ ପୁରୀ ପୌର ପ୍ରଶାସନ ଏକ ପ୍ରକାର ବାଧ୍ୟ ‌ହୋଇଛି। ଟେଣ୍ଡରକୁ ବାତିଲ କରିବାକୁ ପୁରୀ ପୌର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଏହି ‌ଟେଣ୍ଡର ବାତିଲ କରାଯିବ ବୋଲି ସେ କହିଛନ୍ତି। ଟେଣ୍ଡର ନେଇଥିବା ସଂସ୍ଥ‌ା ବା ବ୍ୟକ୍ତିକୁ ତା‌’ର ଅର୍ଥ ଫେରସ୍ତ କରାଯିବ ବୋଲି କହିଛନ୍ତି।

ନିଲାମ ଘଟଣାକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ପ୍ରଶାସନ- ପୌର ପ୍ରଶାସନର ବିଚିତ୍ର ବ୍ୟବସ୍ଥାକୁ ସମାଲୋଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଜମିରେ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ବିନ‌ା ଅନୁମତିରେ ପୁରୀ ପୌର ପ୍ରଶାସନ ମୋଟର ସାଇକଲ ଷ୍ଟାଣ୍ଡ ନିଲାମ ଦେବାକୁ ମନ୍ଦିର ପ୍ରଶ‌ାସନ ଅସନ୍ତୋଷ ବ୍ୟକ୍ତି କରିଛି। କେଉଁ ନିର୍ଦ୍ଦେଶ ବଳରେ ପୁରୀ ପୌର ସଂସ୍ଥା ଏଭଳି ନିଲାମ ଡାକିଥିଲେ‌ ସେ ନେଇ କିଛି ଅଧିକାରୀ ପ୍ରଶ୍ନ ଉଠ‌ାଇଛନ୍ତି। ଏ ପ୍ରକାର ଅଭିଯୋଗ ଉପରେ ମଧ୍ୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ ପାଲଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ମନ୍ଦିର ପ୍ରଶାସନ ଯଦି ଜାଣିଥିଲା, ନିଲାମ ବେଳେ କାହିଁକି ମନା କଲା ନାହିଁ ବୋଲି କହିଛନ୍ତି। ଏହା ସମନ୍ତଙ୍କ ଜାଣତରେ କରାଯାଇଥିଲା ବୋଲି ସେ କହିଛନ୍ତି।

ସାତ ଶହ ବର୍ଷର ଏମାର ମଠକୁ ଭାଂଗିବା ପରେ ସରକାର ମଠ ଜାଗା‌ରେ ଆଧୁନିକୀକରଣ କରିବାକୁ ଯୋଜନା କରିଛନ୍ତି। ଉଚ୍ଛେଦ ହୋଇଥିବା ଓ ହେବାକୁ ଥିବା ୭୫ ମିଟର ଐତିହ୍ୟ କରିଡରର ସମସ୍ତ ୧୫ ଏକର ଜମି ମନ୍ଦିର ପ୍ରଶାସନ ବା ମହାପ୍ରଭୁଙ୍କ ନାମରେ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ପରିଚାଳାନ କମିଟି ବୈଠକ‌ରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ତେବେ ଏହା ଭିତରେ ଜମିର ମାଲିକ ଶ୍ରୀମନ୍ଦିର ପ୍ରଶାସନକୁ ନ ପଚାରି ଶ୍ରୀମନ୍ଦିର ସମ୍ମୁଖ ଜାଗା (ମାଟି ମଣ୍ଡପ ସାହି) ଜମିକୁ ନିଲାମ ଦେବା ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଏବେ ଆପତ୍ତି ଉଠାଇଛି। ପୁରୀରେ ଐତିହ୍ୟ ଭାଂଗି ବେପାର ଆରମ୍ଭ କରାଯାଉଥିବା ନେଇ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏବେ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe