ଷ୍ଟାଣ୍ଡିଂ କମିଟି ସୁପାରିସକୁ ଫୁ: କମୁଛି ଲଘୁ ଖଣିଜ ରାଜସ୍ବ ଆଦାୟ

Advertisment

ପଥର ଖଦାନ, ବାଲିଘାଟ ମୁକୁଳା ପଡ଼ିଛି। ମାଫିଆ ମନଇଚ୍ଛା ଲଘୁ ଖଣିଜ ‌ଲୁଟୁଛନ୍ତି। ଫଳରେ ରାଜସ୍ବ ଆଦାୟ କମୁଛି। ଲଘୁ ଖଣିଜ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଯିବା ପରଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ପଥର ଖଦାନ, ବାଲିଘାଟ ମୁକୁଳା ପଡ଼ିଛି। ମାଫିଆ ମନଇଚ୍ଛା ଲଘୁ ଖଣିଜ ‌ଲୁଟୁଛନ୍ତି। ଫଳରେ ରାଜସ୍ବ ଆଦାୟ କମୁଛି। ଲଘୁ ଖଣିଜ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଯିବା ପରଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଖଣିଜ ମାନ ହେରଫେରକୁ ରୋକିବ ଆଇଓଟି ଡିଭାଇସ୍

କେନ୍ଦୁଝର: ପଥର ଖଦାନ, ବାଲିଘାଟ ମୁକୁଳା ପଡ଼ିଛି। ମାଫିଆ ମନଇଚ୍ଛା ଲଘୁ ଖଣିଜ ‌ଲୁଟୁଛନ୍ତି। ଫଳରେ ରାଜସ୍ବ ଆଦାୟ କମୁଛି। ଲଘୁ ଖଣିଜ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଯିବା ପରଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଏହାର ପରିଚାଳନା ଦାୟିତ୍ବ ପୁଣିଥରେ ରାଜସ୍ବ ବିଭାଗକୁ ଫେରାଇଦେବାକୁ ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି ସୁପାରିସ କରିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ।
ଖଣି ବିଭାଗର ଚିଠି ନମ୍ବର-୮୨୭୫ ଅନୁସାରେ, ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୭ ଲଘୁ ଖଣିଜ ଖାଦାନ ଏବଂ ଏହି କାରବାରକୁ ନେଇ ଏକାଧିକ ସୁପାରିସ କରିଛି। ଏଥିରେ କୁହାଯାଇଛି ଯେ ଖଣି ବିଭାଗ ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନ ଥିବାରୁ ଲଘୁ ଖଣିଜ କାରବାରକୁ ସଠିକ୍‌ ଢଙ୍ଗରେ ପରିଚାଳନା କରାଯାଇପାରୁ ନାହିଁ। ଫଳରେ ଏଥିରୁ ସରକାର ଯେତିକି ରାଜସ୍ବ ପାଇବା କଥା, ତାହା ମିଳିପାରୁନାହିଁ।  ଏଣୁ ଲଘୁ ଖଣିଜକୁ ପୁଣି ରାଜସ୍ବ ବିଭାଗକୁ ଫେରାଇ ଦିଆଯିବା ଉଚିତ। 

କମୁଛି ଲଘୁ ଖଣିଜ ରାଜସ୍ବ ଆଦାୟ
୨ବର୍ଷରେ ଆଦାୟ ହୋଇଛି ୪୩ କୋଟି
ଘାଟ, ଖଦାନ ମୁକୁଳା, ବଢ଼ୁଛି ଚୋରାଚାଲାଣ

ଉଭୟ ଜଙ୍ଗଲ ଓ ରାଜସ୍ବ ବିଭାଗ ଏହାର ସଠିକ୍‌ ପରିଚାଳନା କରିବେ। ଏହାଦ୍ବାରା ରାଜସ୍ବ ସଂଗ୍ରହ ଅଧିକ ହେବ ବୋଲି ଷ୍ଟାଣ୍ଡିଂ କମିଟି ଦର୍ଶାଇଛି। ମିଳିଥିବା ତଥ୍ୟ ଅନୁସାରେ, ରାଜସ୍ୱ ବିଭାଗ ପାଖରେ ଲଘୁ ଖଣିଜ ପରିଚାଳନା ଦାୟିତ୍ବ ଥିବା ସମୟରେ କେନ୍ଦୁଝର ଜିଲ୍ଲାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୩୧ କୋଟି ୩୮ ଲକ୍ଷ ୮୪ ହଜାର ୨୧୧ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୪୧ କୋଟି ୪୪ ଲକ୍ଷ ୬୧ ହଜାର ୮୩୯ ଟଙ୍କା ହୋଇଥିଲା। ୨୦୨୧-୨୨ରେ ଜିଲ୍ଲାରେ ଆଶାତୀତ ଭାବେ ବୃଦ୍ଧି ପାଇ ୬୭ କୋଟି ୪ ଲକ୍ଷ ୯୧ ହଜାର ୬୭୧ଟଙ୍କା ଏବଂ ୨୦୨୨-୨୩ରେ ୭୭ କୋଟି ୭୨ଲକ୍ଷ ୨୦ ହଜାର ୯୮୪ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ୨୦୨୩-୨୪ରେ ରାଜସ୍ୱ ବିଭାଗ ହାତରୁ ଲଘୁ ଖଣିଜ ପରିଚାଳନା ଦାୟିତ୍ୱ ଖଣି ବିଭାଗକୁ ଯାଇଥିଲା। ଏହାପରଠାରୁ କ୍ରମାଗତ ଭାବେ ରାଜସ୍ୱ ଆଦାୟ ହ୍ରାସ ପାଉଛି। ୨୦୨୩-୨୪ରେ ୩୪ କୋଟି ୩୯ ଲକ୍ଷ ୨ ହଜାର ୯୬୯ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ମାତ୍ର ୯ କୋଟି ୧୨ ଲକ୍ଷ ୪୯ ହଜାର ୯୪୯ଟଙ୍କା ରାଜସ୍ବ ଆଦାୟ ହୋଇଛି।

ସାଧାରଣତଃ କେନ୍ଦୁଝର ଜିଲ୍ଲାର ପାଟଣା, ତେଲକୋଇ, ଚମ୍ପୁଆ ବ୍ଲକ୍‌ ସମେତ ଆନନ୍ଦପୁର ଉପଖଣ୍ଡରେ ବାଲିଘାଟ ରହିଛି। ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ପଥର ଖାଦାନ ରହିଛି। ପୂର୍ବରୁ ଘରୋଇ ଉପଯୋଗ ପାଇଁ ବାଲି ଆଣିବା ସହଜ ହେଉଥିଲା। ଏଥିପାଇଁ ଲୋକେ ସ୍ଥାନୀୟ ତହସିଲରୁ ସହଜରେ ଅନୁମତି ଆଣିପାରୁଥିଲେ। ଲଘୁ ଖଣିଜ ପରିଚାଳନା ଦାୟିତ୍ବ ଖଣି ବିଭାଗକୁ ଯିବା ପରେ ବିଭିନ୍ନ ଆଇନରେ ଛନ୍ଦି ହେଲେ ଲୋକେ। ନିୟମ କଠୋର ହେଲା ସିନା, ଚୋରା କାରବାର ବଢ଼ିଲା। ଲୋକେ ମନଇଚ୍ଛା ଘାଟରୁ ବାଲି ବୋହିଲେ। ଖଣି ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ ନଥିବାରୁ ବାଲି ଚୋରାଚାଲାଣକୁ ରୋକିବା ସମ୍ଭବ ‌ହେଉନି। ଫଳରେ ରାଜସ୍ବ କମି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe