ଉଚ୍ଚଶିକ୍ଷା ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସୁପାରିସ : ‘ତିନି ବର୍ଷରେ ଅଧ୍ୟାପକଙ୍କୁ ବଦଳି କର’

Advertisment
ଉଚ୍ଚଶିକ୍ଷା ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସୁପାରିସ : ‘ତିନି ବର୍ଷରେ ଅଧ୍ୟାପକଙ୍କୁ ବଦଳି କର’

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ବିଭାଗୀୟ ଷ୍ଟାଣ୍ଡିଂ କମିଟି ତା’ର ରିପୋର୍ଟରେ ବିଭିନ୍ନ ସୁପାରିସ କରିଛି। ବିଶେଷ କରି ସରକାରୀ କଲେଜ ହେଉ ବା ଅନୁଦାନପ୍ରାପ୍ତ କଲେଜର ଯେଉଁ ଅଧ୍ୟାପକମାନେ ତିନି ବର୍ଷ ଧରି ନିର୍ଦିଷ୍ଟ କଲେଜରେ ରହିଛନ୍ତି, ସେମାନଙ୍କୁ ବଦଳି କରାଯିବ। ରାଜ୍ୟ ସାଧାରଣ ପ୍ରଶାସନ ଗ୍ରହଣ କରିଥିବା ବଦଳି ନୀତିକୁ କାର୍ଯ୍ୟକାରୀ କରିବାକୁ କମିଟି ସୁପାରିସ କରିଛି।

ଆଜି ବିଧାନସଭାରେ ବିଧାୟକ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚଶିକ୍ଷା ବିଭାଗୀୟ ଷ୍ଟାଣ୍ଡି କମିଟି ତା’ର ରିପୋର୍ଟ ଉପସ୍ଥାପନ କରିଥିଲା। ସେହି ରିପୋର୍ଟର ଅନ୍ୟ ଏକ ସୁପାରିସ ମୁତାବକ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଜଣଙ୍କୁ ଅବସ୍ଥାପିତ କରାଯିବା ଦ୍ୱାରା କଲେଜରେ ଶୃଙ୍ଖଳା ରକ୍ଷା ହୋଇପାରୁନାହିଁ। ଏଣୁ ଅଧ୍ୟକ୍ଷ ଦାୟିତ୍ୱରେ ରଖାଯିବା ପରିବର୍ତ୍ତେ ନିୟମିତ ଅଧ୍ୟକ୍ଷଙ୍କୁ ସରକାରୀ, ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି କରାଯିବା ଆବଶ୍ୟକ। ସେହିପରି କଲେଜଗୁଡ଼ିକରେ କ୍ରୀଡ଼ାର ବିକାଶ ପାଇଁ ସରକାର ବଜେଟ୍‌ରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା, ସରକାରୀ ଏବଂ ଘରୋଇ କଲେଜରେ ଜମି ସମସ୍ୟା ଦୂରୀକରଣ, ବିଜ୍ଞାନ ଲାବୋରେଟୋରିରେ ଯଥେଷ୍ଟ ଉପକରଣ ଆଦି କମିଟି ସୁପାରିସ କରିଛି। ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରର ସର୍ଭେ ଅନୁଯାୟୀ ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ନିମନ୍ତେ ୨୩ଟି କଲେଜ ଥିବା ବେଳେ ଜାତୀୟ ହାର ହେଉଛି ୨୮। ସେହିପରି ଦେଶରେ ମୋଟ ଉପସ୍ଥାନ ହାର(ଜିଇଆର) ୨୬ ରହିଛି। ଓଡ଼ିଶାରେ ଏହି ହାର ୨୩।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe