ଷ୍ଟାର୍‌ ଫିଲ୍ମ ଆୱାର୍ଡ ୧୨ରେ

ଷ୍ଟାର୍‌ ଫିଲ୍ମ ଆୱାର୍ଡ ଉତ୍ସବ ସ୍ଥଗିତ

YouTube

ଭୁବନେଶ୍ବର : ଚଳଚ୍ଚିତ୍ର ତାରକାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ‘ଷ୍ଟାର୍‌ ଫିଲ୍ମ ଆୱାର୍ଡ’। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିବେ। ଷ୍ଟାର୍‌ ଫିଲ୍ମ ଆୱାର୍ଡ ୱେବସାଇଟ୍‌ରେ ଦର୍ଶକମମାନେ ୧୫ ଦିନ ଧରି ଭୋଟିଂ ମାଧ୍ୟମରେ ତାରକାମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରୁଛନ୍ତି। ସିନେ ସାମ୍ବାଦିକମାନେ ବିଚାରକ ସଦସ୍ୟ ରହିଛନ୍ତି। ପ୍ରଥମଥର ପାଇଁ ଏ ଧରଣର ଚୟନ ପ୍ରକ୍ରିୟା ଆପଣାଯାଇଛି। ଏହି କାର୍ଯ୍ୟକ୍ରମରେ ସିନେପ୍ରେମୀମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ‌ ଚେୟାରମ୍ୟାନ୍‌ ରମେଶ ବାରିକ, ଆବାହକ ଶ୍ରୀଧର ମାର୍ଥା, ସଭାପତି ଲୁଟୁ ମହାନ୍ତି, ଉପ ସଭାପତି ଲୋକନାଥ ଦାଶ, ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡା ଓ ଯୁଗ୍ମ ସମ୍ପାଦକ ଅତିଶ କୁମାର ରାଉତ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe