ଏସ୍‌ଭି ନିିର୍‌ତାରରେ ଚିକିତ୍ସା ଗୃହ ନିର୍ମାଣର ଶିଳାନ୍ୟାସ

Advertisment
ଏସ୍‌ଭି ନିିର୍‌ତାରରେ ଚିକିତ୍ସା ଗୃହ ନିର୍ମାଣର ଶିଳାନ୍ୟାସ

କଟକ/କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଓଲଟପୁରଠାରେ ଆଜି ଭାରତ ସରକାରଙ୍କ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଅନୁସନ୍ଧାନ ସଂସ୍ଥାନ (ଏସ୍‌ଭି ନିର୍‌ତାର) ପରିସରରେ ୧୬ କୋଟି ଟଙ୍କା ବ୍ୟୟରେ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଗୃହର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍‌। ଏହି ପରିକଳ୍ପିତ ଗୃହ ମୋଟ ୨୦୦ ଶଯ୍ୟା ବିଶିଷ୍ଟ ହେବ। ଏଥି ସହିତ ଏହା ଦେଶର ବିକଳାଙ୍ଗ ସୁଧାର ଏବଂ ପୁନର୍ବାସ ଅସ୍ତ୍ରୋପଚାର ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପ୍ରତିଷ୍ଠାନରେ ପରିଣତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଦ୍‌ବୋଧନ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଜଗତ୍‌ସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଓ ପ୍ରକଳ୍ପକୁ ଅର୍ଥରାଶି ଯୋଗାଉଥିବା ଗ୍ରାମୀଣ ବିଦ୍ୟୁତୀକରଣ କର୍ପୋରେସନ୍‌ର ସିଇଓ ତଥା ନିର୍ଦ୍ଦେଶକ ସଂଜୀବ ଗର୍ଗ, ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ପି.ଭି.ରମେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିର୍ଦ୍ଦେଶକ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିପିଡବ୍ଲ୍ୟୁୁର ଚିଫ୍‌ ଇଞ୍ଜିନିୟର ଏସ୍‌.ଆର.ସ୍ୱାମୀ, ଅଞ୍ଜଳୀ ବେହେରା ଓ ରଶ୍ମି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ମୁଖ୍ୟଅତିଥି ତଥା କେନ୍ଦ୍ରମନ୍ତ୍ରୀ ଥାୱାରଚାନ୍ଦ ଗେହଲଟ୍‌ ତାଙ୍କ ବକ୍ତବ୍ୟରେ ଏସ୍‌ଭି ନିର୍‌ତାରକୁ ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରାଯାଉଛି ଓ କରିବେ ବୋଲି ମତବ୍ୟକ୍ତ କରିଥିବା ବେଳେ ଗତ ୩ ବର୍ଷ ଧରି ଅନୁଷ୍ଠାନରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମ ନେଇ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ । ରଶ୍ମିରଞ୍ଜନ ସେଠୀ, ପି.କେ. ଦାସ, ଚିତ୍ତରଞ୍ଜନ ମହାନ୍ତି, ପ୍ରଜ୍ଞା ସିଂ, ସତ୍ୟଜିତ୍‌ ପଟ୍ଟନାୟକ, ଶ୍ରୀକାନ୍ତ ମହାରଣା, ଅଶୋକ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe