କନିଷ୍ଠ ହକି ବିଶ୍ୱକପ୍ ଆରମ୍ଭ: ଲଢ଼ିକି ହାରିଲା ଆୟୋଜକ ଭାରତ

Advertisment
କନିଷ୍ଠ ହକି ବିଶ୍ୱକପ୍ ଆରମ୍ଭ: ଲଢ଼ିକି ହାରିଲା ଆୟୋଜକ ଭାରତ

ଭୁବନେଶ୍ୱର : କନିଷ୍ଠ ପୁରୁଷ ହକି ବିଶ୍ବକପ୍ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ୧୬ ଦଳକୁ ନେଇ ଖେଳାଯାଉଥିବା ଏହି ପ୍ରତିଯୋଗିତାକୁ ବୁଧବାର ସଂଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହାସହ ଓଡ଼ିଶା ହକି ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପୂର୍ବରୁ ୨୦୧୮ରେ ବରିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶା କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜକ ତାଲିକାରେ ସାମିଲ ହୋଇଯାଇଛି।

publive-image

ପ୍ରଥମ ଦିନରେ ଆଜି ମୋଟ ୫ଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ବେଲଜିୟମ, ଜର୍ମାନି, ମାଲେସିଆ, ପୋଲାଣ୍ଡ ଓ ଫ୍ରାନ୍ସ ବିଜୟୀ ହୋଇଥିଲେ। ପ୍ରଥମ ମୁକାବିଲାରେ ବେଲଜିୟମ ୫-୧ ଗୋଲ୍‌ରେ ଦକ୍ଷଣ ଆଫ୍ରିକାକୁ ପରାସ୍ତ କରିଥିଲା। ସେହିଭଳି ଜର୍ମାନି ୫-୨ରେ ପାକିସ୍ତାନକୁ, ମାଲେସିଆ ୨-୧ରେ ଚିଲିକୁ, ପୋଲାଣ୍ଡ ୧-୦ରେ କାନାଡାକୁ ଏବଂ ‌ ଶେଷ ମ୍ୟାଚ୍‌ରେ ଫ୍ରାନ୍ସ ୫-୪ ‌ ଗୋଲ୍‌ରେ ଭାରତକୁ ପରାସ୍ତ କରିଥିଲା। ଆୟୋଜକ ଭାରତ-ଫ୍ରାନ୍ସ ମ୍ୟାଚ୍ ବେଶ୍ ସଂଘର୍ଷ ପୂର୍ଣ୍ଣ ରହିଥିଲା। ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ୪ ଗୋଲ୍ ସହ ୯ଟି ଗୋଲ୍ ଦେଖିବାକୁ ମିଳିଥିଲା।

publive-image

ଫ୍ରାନ୍ସର ଅଧିନାୟକ କ୍ଲେମେଣ୍ଟ ତିମୋଥି ଓ ଭାରତର ସଞ୍ଜୟ ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ହେଲେ ଲଢ଼ୁଆ ଖେଳ ଖେଳିବା ସତ୍ତ୍ବେ ଭାରତ ଦୁର୍ଭାଗ୍ୟଜନକ ‌ ଭାବେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ‌ ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୪୮ ମ୍ୟାଚ୍ ଖେଳାଯିବ। ତେବେ କରୋନା ସତର୍କତା ଏବଂ କଟକଣା ଲାଗି ବିନା ଦର୍ଶକରେ ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଓଡ଼ିଶା ହକିପ୍ରେମୀ ନିରାଶ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe