ଅନାହାରମୁକ୍ତ ଓଡ଼ିଶା ପାଇଁ ସଂକଳ୍ପ, ଆରମ୍ଭ ହେଲା ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଟଙ୍କିକିଆ ଚାଉଳ ଯୋଜନାରେ ଆଉ ୨୫ଲକ୍ଷ ସାମିଲ, ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ

ଅନାହାରମୁକ୍ତ ଓଡ଼ିଶା ପାଇଁ ସଂକଳ୍ପ, ଆରମ୍ଭ ହେଲା ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର: ଗରିବ ‌ଲୋକଙ୍କ ସେବା ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଓଡ଼ିଶାବାସୀଙ୍କର ଟଙ୍କା, ଓଡ଼ିଶାବାସୀଙ୍କ ପାଇଁ ଖର୍ଚ୍ଚ କରାଯାଉଛି। କୌଣସି ପରିସ୍ଥିତିରେ ମଧ୍ୟ ରାଜ୍ୟର ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ଏମିତି ବାର୍ତା େଦଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା େଯାଜନା ଆରମ୍ଭ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା େଯାଜନା କାର୍ଯ୍ୟକାରୀ େହବାର ପ୍ରାୟ ୪ ବର୍ଷ ପରେ ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରି ମୂଳ େଯାଜନାରୁ ବାଦ୍ ପଡିଥିବା ପ୍ରାୟ ୨୫ଲକ୍ଷ ଗରିବଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କରିବା ଲାଗି ବାଟ େଖାଲିଛନ୍ତି।

ଆଜି ସଚିବାଳୟରେ ଭିଡିଓ କନଫେରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଆରମ୍ଭ େହଲା େବାଲି ଘାଷଣା କରିଥିଲେ। ଅନ୍ୟପକ୍ଷରେ ବଲାଙ୍ଗୀର ବଙ୍ଗମୁଣ୍ଡାର ଅନୁଛାୟା କୁମ୍ଭାର, ସୁନ୍ଦରଗଡ ରାଜଗାଙ୍ଗପୁରର ଇନ୍ଦୁମତୀ ସ, ମୟୂରଭଂଜ ଖୁଣ୍ଟାର ମାମା ମୁର୍ମୁ, ବାଲେଶ୍ବର ଜଳେଶ୍ବରର ଜଣେ ଭିନ୍ନକ୍ଷମ ହିତାଧିକାରୀ ଆନନ୍ଦ ମୁଖୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା େହବା ସହିତ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୪ରେ ରାଜ୍ୟରେ େଯତେବେେଳ ଜାତୀୟ ଖାଦ୍ୟ ସୁରକ୍ଷା େଯାଜନା ଆରମ୍ଭ େହଲା, େସତେବେଳେ ଓଡ଼ିଶାର ବହୁ େଲାକ ଏହି ସୁବିଧା ପାଇପାରିଲେ ନାହିଁ। େସ ନିଜେ େକନ୍ଦ୍ର ସରକାରଙ୍କୁ ଏଥିପାଇଁ ବହୁବାର ଅନୁରୋଧ କରିଛନ୍ତି। କାରଣ, ଏ ମଧ୍ୟରେ ସାଧାରଣ େଲାକ ତାଙ୍କୁ େଯତେବେେଳ େଭଟିଛନ୍ତି, େସମାେନ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ଅନୁରୋଧ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୨୦୦୮ରେ ରାଜ୍ୟ ସରକାର ଦୁଇ ଟଙ୍କାରେ ଚାଉଳ େଦବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୨୦୧୩ରୁ ଟଙ୍କିକିଆ ଚାଉଳ ପ୍ରଦାନ ଆରମ୍ଭ େହାଇଥିଲା। ୨୦୧୪ରେ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ପ୍ରତିଜ୍ଞା କରାଯାଇଥିଲା। େଲାକଙ୍କୁ େସବେ େଦଇଥିବା ପ୍ରତିଶ୍ରୁତି ଆଜି େସ ରକ୍ଷା କରିଥିବାରୁ ଖୁସି। ରାଜ୍ୟର ବର୍ତମାନ ୨୫ଲକ୍ଷ େଲାକ ଏହି େଯାଜନାର ସୁବିଧା ପାଇବେ, ଏକ ଟଙ୍କାରେ େସମାନଙ୍କୁ ଚାଉଳ ମିଳିବ। ଖାଦ୍ୟ ସୁରକ୍ଷା ଆପଣମାନଙ୍କ ଅଧିକାର େବାଲି ମୁଖ୍ୟମନ୍ତ୍ରୀ େଦାହରାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ େଯାଗ ଦେଇଥିଲେ। ଜିଲ୍ଲାସ୍ତରରେ ମନ୍ତ୍ରୀ ଓ ବିଧାୟକମାେନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଅବଶିଷ୍ଟ ୬ ଲକ୍ଷ ୬୮ ହଜାର ହିତାଧିକାରୀ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ତାଲିକାରେ ସ୍ଥାନ ପାଇବେ। ଏହି ଯୋଜନାରେ ୬ ଲକ୍ଷ ୭୦ ହଜାର ପରିବାରରେ ଥିବା ମୋଟ୍ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା େଯାଜନାରେ ରାଜ୍ୟର ପ୍ରାୟ ୩ େକାଟି ୨୨ଲକ୍ଷ ୭୦ ହଜାର ହିତାଧିକାରୀ ଉପକୃତ େହଉଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe