ଜେ.ପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ

Advertisment
ଜେ.ପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ଅବସରରେ ପ୍ରତିନିଧି ଦଳ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ପ୍ରାକ୍ ନିର୍ବାଚନୀ ହିଂସା ଓ ନିର୍ବାଚନ ସମୟର ହିଂସା ଉପରେ ଆଲୋଚନା କରିଥିଲେ। ସେହିପରି ରାଜ୍ୟ ବିଜେପି କିପରି ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେନେଇ ଶ୍ରୀ ନଡ୍ଡା ମାର୍ଗଦର୍ଶନ ଦେଇଥିଲେ। ଏହାସହ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଓ ଗରିବ କଲ୍ୟାଣକାରୀ ଯୋଜନାକୁ ଘରେଘରେ ପହଞ୍ଚାଇବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଥିଲେ।

ଏହାପରେ ଦଳୀୟ ସଦସ୍ୟମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନ ଠାରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାରାୟଣ ନାଏକ, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe