ତେଲରୁ ଭାଟ୍‌ ହ୍ରାସ ଦାବିରେ ବିଜେପିର ବିକ୍ଷୋଭ

Advertisment
ତେଲରୁ ଭାଟ୍‌ ହ୍ରାସ ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍‌ କମ୍ କରିବା ଦାବିରେ ଆଜି ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ଣ ପ୍ରାୟ ୧୧ଟାରେ ବିଜେପିର ଶତାଧିକ କର୍ମୀ ରାମମନ୍ଦିର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆୟୋଜିତ ଏକ ସଭାରେ କୁହାଯାଇ ଥି‌ଲା‌ ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨.୫୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଅନରୂପ ଭାବେ ଟ୍ୟାକ୍ସ ଛାଡ଼ିବା ପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ଯଦି ତୁରନ୍ତ ଟ୍ୟାକ୍ସ ଛାଡ଼ ନ କରନ୍ତି, ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନଳ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜିର ଏହି ବିକ୍ଷୋଭରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ସୁରଥ ବିଶ୍ୱାଳ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଏବଂ ଯୁବ କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe