ରାଜ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ

ଆକାଶଙ୍କୁ ସମର୍ଥନ କରି ୨୧ କର୍ମଚାରୀ ନିଲମ୍ବିତ

sentinelassam.com

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଗତ ୫ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାମ ହୋଇଛି। ଆଗାମୀ ଦିନରେ ବି ଅନେକ ବିକାଶ ମୂଳକ କାମ ହେବାର ସମ୍ଭାବନା ଅଛି। ଏହି ପରିପ୍ରେକ୍ଷୀରେ ଆଜି ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଅନେକ ପ୍ରସଙ୍ଗ ଥିବା କାରଣରୁ ରାଜ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି।

ରାଜ୍ୟ ବି‌େଜପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନୂଆ ଭାରତ ଗଠନରେ ଓଡ଼ିଶା ଏକ ବଡ଼ ଭୂମିକା ନେବ। ପ୍ରଥମ ଥର ପାଇଁ ସର୍ବାଧିକ ୭୮ଜଣ ମହିଳା ସାଂସଦ ନିର୍ବାଚିତ ହେବା ନିଶ୍ଚିତ ଭାବେ ସୁସ୍ଥ ଗଣତନ୍ତ୍ର ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ସେହିପରି ଦେଶର ବିଭିନ୍ନ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ନମାମି ଗଙ୍ଗା ଯୋଜନାରେ ରାଜ୍ୟର ମୁଖ୍ୟ ମହାନଦୀ ସ‌େମତ କାବେରୀ, ପେରିୟାର, ଯମୁନା ଓ ଗୋଦାବରୀ ଭଳି ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ। ସାଗରମାଳା ଯୋଜନାରେ ଦେଶର ଉପକୂଳ ଅଞ୍ଚଳରେ ଥିବା ବନ୍ଦରଗୁଡ଼ିକର ପାଖାପାଖି ଅଞ୍ଚଳରେ ନୂଆ ସଡ଼କ ନିର୍ମାଣ ହେବ। ଏହାଦ୍ବାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଉପକୃତ ହେବେ। ସେହିପରି ଉଜ୍ଜ୍ବଳା ଯୋଜନା, ମିସନ ଇନ୍ଦ୍ରଧନୁଷ, ସୌଭାଗ୍ୟ ଯୋଜନାରେ ଓଡ଼ିଶାର ବହୁତ ବିକାଶ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe