ରାଜ୍ୟ ବିଜେପିର ‘ସେବା ଓ ସମର୍ପଣ’ ଅଭିଯାନ ଆରମ୍ଭ

ରାଜ୍ୟ ବିଜେପିର ‘ସେବା ଓ ସମର୍ପଣ’ ଅଭିଯାନ ଆରମ୍ଭ

ପୋଷ୍ଟକାର୍ଡରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
ମାଗଣା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକୁ ନିରବିଚ୍ଛନ ଭାବେ ୨୦ ବର୍ଷ ଧରି ଶାସନ କ୍ଷମତାରେ ରହିଆସିଛନ୍ତି। ୨୦୦୧ ଅକ୍ଟୋବରରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ୧୩ ବର୍ଷ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବେ ୭ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟବ୍ୟାପି ‘ସେବା ଓ ସମର୍ପଣ’ ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନ ଜରିଆରେ ରାଜ୍ୟବ୍ୟାପି ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟସେବା ଶିବିର, ସଫେଇ, ବୃକ୍ଷରୋପଣ ଭଳି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ଏହି ଅବସରରେ ପିଏମ୍‌ଜିଠାରେ ପୋଷ୍ଟକାର୍ଡ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟାଳୟ ଠାରେ ଡ. କୈଳାସ ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଏକ ନିଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସେହିଭଳି ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଲାଭାନ୍ବିତ ହୋଇଥିବା ହିତାଧିକାରୀମାନେ ପୋଷ୍ଟକାର୍ଡ ଜରିଆରେ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅଭିଯାନ ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ରାଜ୍ୟର ସମସ୍ତ ବୁଥ୍ ପର୍ଯ୍ୟନ୍ତ ଚାଲିଥିଲା।

ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କଙ୍କଡ଼ାଝୋଡ଼ି ଠାରେ ଅନୁଷ୍ଠିତ ‘ପୋଷ୍ଟ କାର୍ଡ’ ଓ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଅଭିଯାନରେ ଯୋଗଦେଇଥଇଲେ। କରୋନା ମହାମାରୀ ସଂକଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିଛନ୍ତି ବୋଲି ସେ କହିଥିଲେ। ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବ କଲ୍ୟାଣ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିଛି ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ, ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପିଏମ୍‌ଜି ଠାରେ ଅନୁଷ୍ଠିତ ପୋଷ୍ଟକାର୍ଡ ଅଭିଯାନରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝି, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe