୧.୩୯ ଲକ୍ଷ କୋଟି ଖର୍ଚ୍ଚ ପାଇଁ ସଜବାଜ

ମନ୍ତ୍ରିପରିଷଦରେ ବଜେଟ୍‌କୁ ମଞ୍ଜୁରି : କୃଷି ବଜେଟ୍ ୨୦ ହଜାର କୋଟି ଛୁଇଁପାରେ, କାଳିଆ, ମିସନ ଶକ୍ତି, ଫନି ପୁନର୍ନିର୍ମାଣକୁ ଗୁରୁତ୍ବ, ୨୮ରେ ବିଧାନସଭାରେ ଉପସ୍ଥାପିତ ହେବ

ସବୁ ସରକାରୀ କାମ ଅନଲାଇନରେ ହେବ, ଲୋକେ ସରକାରୀ ଅଫିସର ଚକ୍କର କାଟିବା ଦରକାର ପଡ଼ିବ ନାହିଁ : ମୁଖ୍ୟମନ୍ତ୍ରୀ

odishasuntimes.com

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ରାଜ୍ୟ ବଜେଟ୍‌ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ବିଶେଷ କରି ପୁରୀ, ଭୁବନେଶ୍ବର ଓ କଟକ ଭଳି ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଆର୍ଥିକ କାରବାର ମାନ୍ଦା ହେବା ଯୋଗୁଁ ଆଗାମୀ ଦିନରେ ରାଜସ୍ବ ଅର୍ଜନ ପ୍ରଭାବିତ ହେବ ବୋଲି ଆଶଙ୍କା କରିଥିଲା ଅର୍ଥ ବିଭାଗ। ଏଭଳି ପରିସ୍ଥିତି ଏଥର ରାଜ୍ୟ ବଜେଟ୍‌ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ନିଶ୍ଚିତ ବୋଲି ଅର୍ଥ ବିଭାଗ ଆକଳନ କରିଛି।

ଏହା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧ ଲକ୍ଷ ୩୯ ହଜାର କୋଟିର ଏକ ବଡ଼ ବଜେଟ୍ ପ୍ରସ୍ତୁତ କରିଛନ୍ତି ଅର୍ଥ ବିଭାଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁେମାଦନ ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, କୃଷି େକ୍ଷତ୍ର ଓ ପାନୀୟ ଜଳଯୋଗାଣ େକ୍ଷତ୍ରରେ ସରକାର ଅଧିକ ଅର୍ଥ ବରାଦ କରିଛନ୍ତି। କୃଷି ବଜେଟ୍ ପରିମାଣ ୨୦ ହଜାର େକାଟି ଟଙ୍କା ଛୁଇଁପାରେ। ଗତବର୍ଷ ପାଖାପାଖି ୧୭ ହଜାର େକାଟି ଟଙ୍କା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ‘କାଳିଆ’, ମିସନ ଶକ୍ତିକୁ ଅଧିକ ଶକ୍ତି ଯୋଗାଇବା ପାଇଁ ଅର୍ଥବରାଦ କରାଯାଇଛି। ‘କାଳିଆ’ ପାଇଁ ପାଖାପାଖି ୫ହଜାର ୫୦୦ େକାଟି ଟଙ୍କାର ଅର୍ଥରାଶି ବରାଦ େହାଇଛି। େସହିପରି ପାନୀୟ ଜଳ େକ୍ଷତ୍ରରେ ମଧ୍ୟ ଏକ ବଡ଼ ଅର୍ଥ ପ୍ରଦାନ କରିଛନ୍ତି ସରକାର।

ଆସନ୍ତା ୨୮ ତାରିଖରେ ଷୋଡ଼ଶ ବିଧାନସଭା ଅଧିବେଶନରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି ମନ୍ତ୍ରୀ ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଗାମୀ ବଜେଟ୍‌ ପରିମାଣ ସହିତ ‌େକଉଁ କ୍ଷେତ୍ର ଓ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି ‌ତା’ ଉପରେ ସୂଚନା ଦେଇଥିଲେ। ଚାରିଜଣ ମନ୍ତ୍ରୀଙ୍କୁ ଛାଡି ଅନ୍ୟ ସବୁ ମନ୍ତ୍ରୀ ଆେଲାଚନାରେ ଅଂଶ ଗ୍ରହଣ କରିଥିବା ବେେଳ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନବ କିେଶାର ଦାସ, ସୁଶାନ୍ତ ସିଂହ, ସମୀର ଦାସ, ଅେଶାକ ଚନ୍ଦ୍ର ପଣ୍ଡା ପ୍ରମୁଖ ନିଜ ବିଭାଗ ପାଇଁ ଅଧିକ ଅର୍ଥ ମାଗିଥିଲେ। ପରେ ଏହାକୁ ମଞ୍ଜୁରି ଦେଇଥିଲା ମନ୍ତ୍ରିପରିଷଦ।

ତେବେ ବଜେଟ୍‌ ଏକ ଗୋପନୀୟ ସରକାରୀ କାଗଜପତ୍ର ହୋଇଥିବାରୁ ଏ ନେଇ‌ ଅର୍ଥମନ୍ତ୍ରୀ କିମ୍ବା ଅନ୍ୟ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ୪ ମାସ ପାଇଁ ବଜେଟ୍‌ ଉପସ୍ଥାପନ କରିଥିଲେ। ସେତେବେଳେ ମଧ୍ୟ ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ ଆକଳନ କରାଯାଇ ୧ଲକ୍ଷ ୩୨ ହଜାର େକାଟି ଟଙ୍କାର ବଜେଟ୍ ବିଧାନସଭା ସାମ୍ନାକୁ ଅଣାଯାଇଥିଲା। ଚାରିମାସ ପାଇଁ ୫୬ ହଜାର ୯୨୧ କୋଟିର ଅର୍ଥରାଶି ଖର୍ଚ୍ଚ ପାଇଁ ଗୃହ ଅନୁେମାଦନ େଦଇଥିଲେ।

ମିଳିଥିବା ସୂଚନା ଅନୁସାରେ, ବିଗତ ବଜେଟ୍‌ ଭଳି ଏଥର କୃଷି, ସାମାଜିକ, ବିକାଶର ଭିତ୍ତିଭୂମି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଇଛି। ‌ପଞ୍ଚମ ପାଳିର ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାଳିଆ ଯୋଜନାର ହିତାଧିକାରୀ ସଂଖ୍ୟାରେ ବୃଦ୍ଧି କରିବା ସାଙ୍ଗକୁ ମିସନ ଶକ୍ତି ବାବଦରେ ୧ ହଜାର କୋଟି ଟଙ୍କାର କାର୍ଯ୍ୟ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ବିନା ସୁଧରେ ଋଣ ସୁବିଧା ସହିତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ୍‌ କରାଯିବ। ଏଭଳି ଯୋଜନାରେ ସେମାନଙ୍କୁ ରୋଜଗାରକ୍ଷମ ଓ ସଶକ୍ତୀକରଣ କରିବା ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି।

ଫନି ବାତ୍ୟାରେ ପ୍ରାୟ ୧୦ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଭରଣା, ରିଲିଫ, ପୁନର୍ନିର୍ମାଣ, ପୁନର୍ବାସ, ଘର ନିର୍ମାଣ ଆଦି ନିମନ୍ତେ ରାଜ୍ୟ ସରକାର ବଜେଟ୍‌ରେ ବ୍ୟୟବରାଦ କରିଛନ୍ତି। ଏହା ବଜେଟ୍‌ର ଏକ ବଡ଼ ଭାଗ ନେଇଥିବା କୁହାଯାଉଛି। ଏଥିମଧ୍ୟରୁ ରାଜ୍ୟ ବିପର୍ଯ୍ୟୟ କାଳୀନ ପାଣ୍ଠି(ଏସ୍‌ଡିଆରଏଫ୍‌)ରୁ ରାଜ୍ୟ ଅଂଶ ବାବଦରେ ଜମା ହେବ। ଅବଶ୍ୟ ଏହା ପୂର୍ବରୁ ରାଜ୍ୟ ଜରୁରୀକାଳୀନ ପା‌ଣ୍ଠି(କଣ୍ଟିଜେନ୍‌ସି ଫଣ୍ଡ)ରୁ ନେଇଥିବା‌ ପାଖାପାଖି ୮୦୦ କୋଟି ଭରଣା କରିସାରିଛନ୍ତି।

ଏପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ ଏପ୍ରିଲ ଓ ମେ’ ମାସରେ ରାଜସ୍ବ ସଂଗ୍ରହ ହାର ଗତ ଆର୍ଥିକ ବର୍ଷର ଏହି ଦୁଇମାସ ତୁଳନାରେ ୧୯ ପ୍ରତିଶତ ଅଧିକ ହୋଇଛି। ଖଣି ରୟାଲଟି ଆଦାୟରେ ରାଜସ୍ବ ଅଭିବୃଦ୍ଧି ସର୍ବାଧିକ ୫୧.୧୮ ପ୍ରତିଶତ। ତେବେ ଆସନ୍ତା ୮ ମାସରେ ଯେ ରାଜସ୍ବ ଅଭିବୃଦ୍ଧି ବଜାୟ ରହିବ ତାହା କହିହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe