ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ, ୩ ବର୍ଷରେ ଅବଢା ଯୋଜନାରେ ଖର୍ଚ୍ଚ ହେବ ୩୨୦୮ କୋଟି ଟଙ୍କା

‘ମୋ ସରକାର’ ଅଧିନକୁ ଆସିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର ଅବଢ଼ା ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ଅବଢ଼ା ଯୋଜନାରେ ପୁରୀ ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷ ଏହି ଯୋଜନାରେ ମୋଟ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ୟୁଜର୍ସ ଫି ସହ ଆବେଦନ ଫି ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ କାର ପାର୍କିଂ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ରଘୁନନ୍ଦନ ପାଠାଗାର, ଅଠରନଳା ଐତିହ୍ୟର ଉନ୍ନତିକରଣ କରିବାକୁ କାର୍ଯ୍ୟ କରାଯିବ।

ସେହିଭଳି ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିବାକୁ ନିଷ୍ପତି ନିଆଯାଇଛି। ଏହାଦ୍ୱାରା ଗୋବର୍ଦ୍ଧନ ମଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତି ନିଆଯାଇଛ। ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକରେ ଶଙ୍କରାଚାର୍ଯ୍ୟଙ୍କ ମୁଖ୍ୟ ଭୂମିକା ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଛି।

ଅନ୍ୟପଟେ ବସୁଧା ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ସମଗ୍ର ଗଣ ଗମନାଗମନ ପ୍ରଶସନକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତରଣ କରିବାକୁ ନିଷ୍ପତି ନିଆଯାଇଛି।

ସେହିପରି ରାଜ୍ୟ ସରକାର ମୟୁରଭଂଜ ଜିଲ୍ଲାର କୁସୁମୀ, ଯାଜପୁର ଜିଲ୍ଲାର ସୁକିନ୍ଦା ଓ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକକୁ ପାଇପ୍‌ ଜଳ ଯୋଗାଇବେ। ଏହି ୩ଟି ବ୍ଲକରେ ୩୮୪ଟି ଗାଁ ଅଛି। ଏହି ପ୍ରକଳ୍ପରେ ମୋଟ୍‌ ୬୪୧.୫୭ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe