ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ

Advertisment

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା...

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା...

State Cabinet approves 10 proposals

State Cabinet approves 10 proposals Photograph: (sambad.in)

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍‌ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ଏଷ୍ଟିମେଟ୍‌ ହୋଇ ନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଖେଳା ଯାଇଥିଲା । ତେଣୁ ନୂଆ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି ।

ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ । ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତି । ଗୋଟିଏ ଆଦର୍ଶ ବିଦ୍ୟାଳୟ ଲାଗି ୪ରୁ ୫ କୋଟି ଖର୍ଚ୍ଚ ହେବ । 

ବୈଠକରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ପ୍ରତି ଉଚ୍ଚ ବିଦ୍ୟାଳୟକୁ ସୁଦୃଢ଼ କରାଯିବ। ସ୍ମାର୍ଟ ବିଦ୍ୟାଳୟ ପାଇଁ ପ୍ରାଥମିକ ବିଦ୍ୟାଳୟ ଫିଡର ସ୍କୁଲ୍ ରହିବ । ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ରହିବ ।

ରାଜ୍ୟର ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ।  ମଡେଲ୍ ସ୍କୁଲର ନାଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ । ସମସ୍ତ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବେ। ସେଠାରୁ ପାଠପଢ଼ା ଶେଷ ପରେ ପିଲା ହାଇସ୍କୁଲ୍‌କୁ ଯିବେ ।

ଅଧିକ ପଢ଼ନ୍ତୁ: ତୈଳ କୁନେଇ ଛକାପଞ୍ଝା ଶେଷ ହେବ, ଗଲ୍ଫ ଦେଶର ସମସ୍ତ ନୀତି ଟ୍ରମ୍ପଙ୍କ ସାମ୍ନାରେ ଫିକା ପଡ଼ିବ

କ୍ୟାବିନେଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡିକ ରାଜ୍ଯର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୁଞ୍ଜି ନିବେଶ ଭଳି କ୍ଷେତ୍ରର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ଓଡ଼ିଶାର ସାମାଜିକ, ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe