ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ନାଟକ: ବିଜେପି

Advertisment

ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗ

ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗ

ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚଞ୍ଚକତା ସଂପର୍କରେ ଲୋକଙ୍କୁ ବୁଝାଯିବ: ଗୋଲକ ମହାପାତ୍ର

kalinga Tv

ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁଣି ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଆଜି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି? ଯଦି ଦକ୍ଷ ଥିଲେ ତା’ହେଲେ ତାଙ୍କୁ ମନ୍ତ୍ରିମଣ୍ଡଳରୁ କାହିଁକି ବିଦା କରାଯାଇଥିଲା? ଆଜି ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା? ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ମାନଙ୍କୁ ଦକ୍ଷ ଭାବୁନଥିଲେ, ହଠାତ୍ ସେମାନଙ୍କ କ’ଣ ଦକ୍ଷତା ଆସିଲା ତାହା ସ୍ପଷ୍ଟ କରିବେ କି? ନବୀନ ବାବୁ ଦକ୍ଷ ଓ ବରିଷ୍ଠ କଥା କହି ଓଡ଼ିଶାର ଲୋକଙ୍କୁ ଆଉ ଦିନରେ ଲଣ୍ଠନ ଦେଖାନ୍ତୁ ନାହିଁ। ବିଜେଡି ଶାସନରେ ମନ୍ତ୍ରୀମାନେ କେବଳ ରବର ଷ୍ଟାମ୍ପ। ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ ନାଁରେ ନୂଆ ନାଟକ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ। ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୨୦ଦିନ ବିତିଗଲା କିନ୍ତୁ ଦୋଷୀ ଧରାପଡ଼ିଲା ନାହିଁ କି ଚାର୍ଜସିଟ୍ ଦିଆଗଲା ନାହିଁ । ବରଂ ରାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ଅଛନ୍ତି। ସାଧାରଣ ନିର୍ବାଚନ ଅଳ୍ପଦିନ ଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବାର କ’ଣ ଆବଶ୍ୟକତା ଥିଲା? ଯେଉଁ ଦୁଇ ମନ୍ତ୍ରୀ ଏବେ ଇସ୍ତଫା ଦେଇଛନ୍ତି ଏବଂ ପୂର୍ବରୁ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା ତେବେ ଲୋକଙ୍କର ଆଇନଶୃଙ୍ଖଳା ପ୍ରତି ଭରସା ଆସିଥାନ୍ତା। ଏବେ ଯାହା ହୋଇଛି ସେଥିରେ ବି‌ଜେଡି ଶାସନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe