ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୭ଟି ପ୍ରସ୍ତାବକୁ ମଞ୍ଜୁରୀ

Advertisment
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ‘ଖୁସି’ ଯୋଜନାରେ ଖର୍ଚ୍ଚ ହେବ ୪୬୬ କୋଟି ଟଙ୍କା, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁକ୍ରବାର ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିଭଳି ସରକାର ଡିଟିସିସିର ୩୬ କୋଟି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଟିସିସି ସରକାରଙ୍କ ସହାୟତାରେ ଋଣ ମୁକ୍ତ ହେବ। ଓଡ଼ିଶା ୱେଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନକୁ ମଞ୍ଜୁରୀ ମିଳିଛି। ପ୍ରତି ହଷ୍ଟେଲରେ ଜଣେ ଲେଖାଏଁ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିବାସୀ ହଷ୍ଟେଲରେ ନିଯୁକ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe