ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହେଉଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି। କ୍ୟାବିନେଟ୍ରେ ପ୍ରାୟ ୧୧ଟି ପ୍ରସ୍ତାବ ଆସିପାରେ।
ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ୍ ବିଲ୍ଡିଂ ନିର୍ମାଣ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ର ଅନୁମୋଦନ ନିଆଯିବ। ସେହିପରି ବରଗଡ଼ ଜିଲ୍ଲାର ଗାଏସିଲଟ ଓ ଅତାବିରାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର, ଗୃହ, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ନେଇ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।
Follow Us