ରାଜ୍ୟ କ୍ୟାବିନେଟ୍‌ରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ: ଚାଷୀଙ୍କ ଆୟ ବଢ଼ାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ ହେବ

Advertisment
୫ ଓଏଏସ୍‌ ଅଫିସରଙ୍କ ବଦଳି

Photo: Odisha Diary

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, କ୍ୟାବିନେଟ ବୈଠକରେ ଓଡ଼ିଶା କୃଷି ନୀତିକୁ ମଞ୍ଜୁରୀ ମିଳିଛି। ଏଥିରେ ଚାଷୀଙ୍କ ଆୟ ବଢ଼ାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୀତିରେ ଚାଷୀଙ୍କ ବଜାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯିବ। ସେହିପରି ଢେଙ୍କାନାଳସ୍ଥିତ  ଓଡ଼ିଶା ଫଲିଫାଇଭର କମ୍ପାନିର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‌ ମୋଟ ୨ କୋଟି ୧୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ଦେଇଛନ୍ତି।

ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମଂଜୁରୀ ମିଳିଛି। ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବ ବୋଲି ନିଷ୍ପତ୍ତି ନିଆଯାଇ ଥିଲା। କ୍ୟାବିନେଟ୍‌ ବୈଠକରେ ରାଜସ୍ୱ ସେବା କ୍ୟାଡର ସଂଶୋଧନ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିସନ(ଓଏସ୍‌ଏସ୍‌ସି) ଜରିଆରେ ଅମିନ, ରାଜସ୍ୱ ନୀରିକ୍ଷକ ଓ ସହାୟକ ରାଜସ୍ୱ ନୀରିକ୍ଷକ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବୈଠକରେ ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ପାଇଁ ବୟସ ସୀମା ବଢ଼ିଛି। ଏହି ପଦ ପାଇଁ ବୟସ ୩୩ ପରିବର୍ତ୍ତେ ୪୮ ବର୍ଷ ଯାଏଁ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ  ବୟସ ସୀମା କୋହଳ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe