ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପିଛିଲା ଭାବେ ୫୨୦୩ ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ ଦରମା

Advertisment
ମହିଳା ଓ ଶିଶୁ ବିକାଶ ବିଭାଗରେ ନିଯୁକ୍ତି ଲାଗି ୯୩ ପ୍ରୋଗ୍ରାମ ଅଫିସର ପଦବୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାର ଶନିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପୁରୁଣା ହାରରେ ଦରମା ପାଉଥିବା ଅଧ୍ୟାପକଙ୍କ ଦରମା ବଢ଼ିବ। ପିଛଲା ଭାବରେ ୨୦୧୬ ଜାନୁଆରି ପହିଲାରୁ ବର୍ଦ୍ଧିତ ଦରମା ମିଳିବ। ଏହା ଦ୍ୱାରା ରାଜ୍ୟର ମୋଟ ୫୨୦୩ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ।

କଣ୍ଟିଜେନ୍ସି ଫଣ୍ଡ ୪୦୦ ରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ପାଇଁ କଣ୍ଟିଜେନ୍ସି ଫଣ୍ଡ ବଢ଼ିଛି। କ୍ୟାବିନେଟ ବୈଠକରେ କାଳିଆ ଯୋଜନା ପାଣ୍ଠି ଯେଗାଡ ପାଇଁ ଆଧ୍ୟାଦେଶ ଆସିବ ବୋଲି ଆଲୋଚନା ହୋଇଛି। ଆଧ୍ୟାଦେଶ ଆଣିବା ଲାଗି ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି। ସେହିପରି ବାଲୁକା କଳା ପାଇଁ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୁହାଣରେ ରାଜ୍ୟ ସରକାର ଜମି ଯୋଗାଇଦେବେ। ବୈଠକରେ ରାଜ୍ୟ ସରକାର ମୋଟ ୧୨ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe