ପଦ୍ମପୁର: ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ସମୀକ୍ଷା ବୈଠକ

Advertisment
ପଦ୍ମପୁର: ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ସମୀକ୍ଷା ବୈଠକ

ବରଗଡ଼/ପଦ୍ମପୁର : ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ସୁଶିଲ ଲୋହାନୀ ମଙ୍ଗଳବାର ପଦ୍ମପୁର ଗସ୍ତ କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଲୋହାନୀ କହିଲେ, ପଦ୍ମପୁର ନିର୍ବାଚନମଣ୍ଡଳୀରୁ ଗୁଡ଼ାଏ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆସିଛି। କିଛି ମାମଲାରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ଦିଗରେ ବିଶେଷ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି କହିଥିଲେ। ସବୁ ମାମଲାର ଯାଞ୍ଚ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

ଏହା ପୂର୍ବରୁ ସମୀକ୍ଷା ବୈଠକରେ ସେ ପୋଲିଂ ଅଧିକାରୀଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ, ମଡେଲ ବୁଥ, ପିଙ୍କ୍‌ ବୁଥ, ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ପୋଷ୍ଟାଲ ବେଲଟ, ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ, ସର୍ଭେଲେନ୍ସ ଟିମ‌୍ ଦ୍ୱାରା ଯାନବାହନ ଯାଞ୍ଚ, ଅବକାରୀ ଚଢ଼ଉ, ପୋଷ୍ଟର ଓ ହୋଡିଂର ଉଚ୍ଛେଦ, ଭୋଟ ଗଣତି କେନ୍ଦ୍ର, ନିର୍ବାଚନ ଉପକରଣ ସଂଗ୍ରହ, ସେକ୍ଟର ଅଧିକାରୀଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ ନେଇ ଗୁରୁତ୍ବାରୋପ କରିଥିଲେ। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା, ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ନେଇ ଶ୍ରୀ ଲୋହାନୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଡି.ଏମ୍ ରାମପ୍ରସାଦ ଗୁପ୍ତା, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ୍‌ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତ୍ତିବାସ ରାଉତ, ଉନ୍ନୟନ ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe