ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ; ପିସିସି ସଭାପତି କହିଲେ- ଓଡ଼ିଶାବାସୀ ବନ୍ଦରେ ସହଯୋଗ କରନ୍ତୁ

Advertisment
ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ; ପିସିସି ସଭାପତି କହିଲେ- ଓଡ଼ିଶାବାସୀ ବନ୍ଦରେ ସହଯୋଗ କରନ୍ତୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୮ ତାରିଖ ଦିନ କୃଷକ ଭାଇମାନଙ୍କ ତରଫରୁ ଯେଉଁ ବନ୍ଦ ଡାକରା ଦିଆଯାଇଛି, ତାହାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଉଛି। କୃଷକମାନେ ହେଲେ ଆମର ଅନ୍ନଦାତା। ସେମାନେ ହେଲେ ଆମର ଅର୍ଥନୀତିର ମେରୁଦଣ୍ଡ। କୃଷି ଆଇନକୁ ବିରୋଧ କରି ସେମାନେ ଯେଉଁ ଦାବି କରୁଛନ୍ତି, ତାହା ଯଥାର୍ଥ। ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବନ୍ଦକୁ ସହଯୋଗ କରନ୍ତୁ।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ପ୍ରାୟ ଏକ ସପ୍ତାହ ଧରି ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ସରକାର ଓ ଚାଷୀମାନଙ୍କ ମଧ୍ୟରେ ୫ଟି ପର୍ଯ୍ୟାୟରେ ଆଲୋଚନା ସରିଛି। ସରକାରୀ ଚାଷୀମାନଙ୍କୁ ମନାଇପାରି ନାହାନ୍ତି। ଫଳରେ ଅନ୍ଦୋଳନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe