ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୫୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬୧୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୦ ହଜାର ୫୫୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର୯୧୯ ଜଣ ଆକ୍ର‌ାନ୍ତ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଅନୁଗୁଳରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭୮, ବରଗଡ଼ରୁ ୬୮, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୮୯, ବୌଦ୍ଧରୁ ୫, କଟକରୁ ୧୨୦, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୩୩, ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୧୭୫, କୋରାପୁଟରୁ ୨୩, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୩୦, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୪୬, ପୁରୀରୁ ୭୩, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩୭, ସୋନପୁରରୁ ୫, ସନ୍ଦରଗଡ଼ରୁ ୧୦୪ ଓ ‌ଷ୍ଟେଟ୍‌ ପୁଲ୍‌ରୁ ୩୦ ଜଣ ଚିିହ୍ନଟ ହୋଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe