ରାଜ୍ୟରେ ପୁଣି ୧୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି

Advertisment
ରାଜ୍ୟରେ ପୁଣି ୧୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ୨୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ  ସଙ୍ଗରୋଧ କେନ୍ଦ୍ରରୁ ୮୧୫ ଚିହ୍ନଟ ହୋଇଥିବା ବେଳେ  ସ୍ଥାନୀୟ ଅଞ୍ଚଳରୁ ୫୨୨ ସଂକ୍ରମିତ ରହିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦୧, ଖୋର୍ଦ୍ଧା ଜିଲ୍ଲାରୁ ୧୯୬, କଟକ ଜିଲ୍ଲାରୁ ୧୬୮, ସମ୍ବଲପୁର ଜିଲ୍ଲାରୁ ୭୨, କେନ୍ଦୁଝର ଜିଲ୍ଲାରୁ ୮୦, ସୁନ୍ଦରଗଡ଼ ଜିଲ୍ଲାରୁ ୮୩, କନ୍ଧମାଳ ଜିଲ୍ଲାରୁ ୨୦, ଢେଙ୍କାନାଳ ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୩୧, କଳାହାଣ୍ଡି ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୨୨, ଯାଜପୁର ଜିଲ୍ଲାରୁ ୨୪, ଗଜପତି ଜିଲ୍ଲାରୁ ୭୫, ବାଲେଶ୍ବର ଜିଲ୍ଲାରୁ ୩୧, ମାଲକାନଗିରି ଜିଲ୍ଲାରୁ ୩୮, ପୁରୀ ଜିଲ୍ଲାରୁ ୭୩, ନୟାଗଡ଼ ଜିଲ୍ଲାରୁ ୬୦, ମୟୂରଭଞ୍ଜ ଜିଲ୍ଲାରୁ ୧୫, ଜଗତସିଂହପୁର ଜିଲ୍ଲାରୁ ୨୧, ଅନୁଗୁଳ ଜିଲ୍ଲାରୁ ୦୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୧୪, ବଲାଙ୍ଗୀର ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୧୦, ବୌଦ୍ଧ ଜିଲ୍ଲାରୁ ୧, ନବରଙ୍ଗପୁର ଜିଲ୍ଲାରୁ ୭, ରାୟଗଡ଼ା ଜିଲ୍ଲାରୁ ୨୨ ଓ ସୋନପୁର ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ରାଜ୍ୟରେ ମୋଟ୍ ୨୪୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୨୬୭ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe