କମୁଛି କରୋନା ସଂକ୍ରମଣ; ରାଜ୍ୟରେ ଦିନକ ମଧ୍ୟରେ ୨୩୨ ସଂକ୍ରମିତ ଚିହ୍ନଟ

Advertisment
କମୁଛି କରୋନା ସଂକ୍ରମଣ; ରାଜ୍ୟରେ ଦିନକ ମଧ୍ୟରେ ୨୩୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧-୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଅଛନ୍ତି। ୧୩୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୯୬ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଳାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ଜଣେ, କଟକରୁ ୩୦ ଜଣ, ବୌଦ୍ଧରୁ ଜଣେ, ଦେଓଗଡ଼ରୁ ଜଣେ, ଗଞ୍ଜାମରୁ ୩ ଜଣ, ଜଗତ୍‌ସିଂହପୁରରୁ ୪ ଜଣ, ଯାଜପୁରରୁ ୮ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୬୧ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୫ ଜଣ, ନୂଆପଡ଼ାରୁ ୬ ଜଣ ଓ ପୁରୀରୁ ୩ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୪୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟ‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୨୭୩୮୨ରେ ପହଞ୍ଚିିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୧୬୧୭୨ ଓ ଏବେ ବି ସକ୍ରିୟ ଅଛନ୍ତି୧୯୮୨ ଜଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe