ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ଜଣଙ୍କର ମୃତ୍ୟୁ

Advertisment
ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୭ ଜଣ ସଂଗ‌ରୋଧ କେନ୍ଦ୍ରରୁ ଥିବା ବେଳେ ୨୨୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୩୦୭ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ୧୦ ହଜାର ୫୪୯ ଜଣ। ଏବେ ବି ସକ୍ରିୟ ଅଛନ୍ତି ୫ହଜାର ୯୭୧ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲ‌ାରୁ ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୬ ଜଣ,  ବରଗଡ଼ରୁ ୨୪, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୩୭ଜଣ, କଟକରୁ ୪୫ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୮ ଜଣ, ଗଞ୍ଜାମରୁ ୧୦ଜଣ, ଜଗତ୍‌ସିଂହପୁରରୁ ୧୬ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୧୭ ଜଣ, କେନ୍ଦୁଝରରୁ ୨୫ ଜଣ, ଖୋର୍ଦ୍ଧାରୁ ୪୦ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୪ ଜଣ, ମୟୂରଭଞ୍ଜରୁ ୪୯ ଜଣ, ନବରଙ୍ଗପୁରରୁ ୧ ଜଣ, ନୂଆପଡ଼ାରୁ ୨୩ ଜଣ, ପୁରୀରୁ ୧୫ ଜଣ, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୫୨ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ଏପଟେ କରୋନା ହେତୁ ରାଜ୍ୟରେ ପୁଣି ୪ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe