କରୋନା ଉପରେ ବିଜୟ ପାଇବାକୁ ହେଲେ ଲମ୍ବା ଦୌଡ଼ ଦୌଡ଼ିବାକୁ ୮ ସୂତ୍ରୀ ଫର୍ମୂଲା ବତାଇଲେ ସୁବ୍ରତ ବାଗଚୀ

Advertisment
କରୋନା ଉପରେ ବିଜୟ ପାଇବାକୁ ହେଲେ ଲମ୍ବା ଦୌଡ଼ ଦୌଡ଼ିବାକୁ ୮ ସୂତ୍ରୀ ଫର୍ମୂଲା ବତାଇଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ବା କୋଭିଡ୍‌-୧୯ ବିରୋଧରେ ରାଜ୍ୟରେ ଯେଉଁ ଲଢ଼େଇ ଆରମ୍ଭ ହୋଇଛି, ଏଥିରେ ବିଜୟଲାଭ କରିବାକୁ ହେଲେ ଏକ ଲମ୍ବା ଦୌଡ଼ ଦୌଡ଼ିବାକୁ ପଡ଼ିବ। ଆଉ ଏଇ ଲମ୍ବା ଦୌଡ଼ରେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଏହି ମର୍ମରେ ରାଜ୍ୟବାସୀଙ୍କୁ ଏକ ଆଠ ସୂତ୍ରୀ ଫର୍ମୂଲା ବତାଇଛନ୍ତି ଶ୍ରୀ ବାଗଚୀ। ସେ କହିଛନ୍ତି ସର୍ବ ପ୍ରଥମେ ଆମେ ନିଜକୁ ଘର ଭିତରେ ଆବଦ୍ଧ ରଖିବା ଓ ସୁସ୍ଥ ରଖିବା। ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଓ କରୋନା ସଂକ୍ରମଣ ରୋକିବାକୁ ସବୁ ନିୟମକୁ ପାଳନ କରିବା ସହ ସବୁ ନୀତି ନିୟମକୁ ମାନିବା। ନିଜର ପ୍ରିୟ ପରିଜନ ସୁସ୍ଥ ଥିବା ଦେଖି ନିଜ ମନକୁ ଶାନ୍ତ ରଖିବା। ଘରେ ଆବଦ୍ଧ ରହିଲେ ବି ଶାରିରୀକ ପ୍ରରିଶ୍ରମ କରିବା ଓ ନିଜକୁ ଶାରିରୀକ ଭାବେ ସୁସ୍ଥ ଓ କାର୍ଯ୍ୟକ୍ଷମ କରି ରଖିବା। ଘରୁ ଅଛୁ ବୋଲି ତିନି ଓଳି ଛଅ ପ୍ରକାରର ଖାଇବା ନାହିଁ। ଘରର ମହିଳାମାନଙ୍କୁ ଆରାମ ଦେବା। କାରଣ ସେମାନେ ହେଉଛନ୍ତି ଘରର ମେରୁଦଣ୍ଡ। ଅଳ୍ପ ଖାଇବା ସମସ୍ତଙ୍କୁ ଆହାର ଦେବା। ପରିବାରର ସମସ୍ତେ ଏକାଠି ବସି ଖାଇବା। ପରିବାରର ବୟସ୍କମାନଙ୍କର ସ୍ୱାସ୍ଥ୍ୟ କଥା ବୁଝିବା ସହ ପିଲାମାନଙ୍କର ମନକଥା ବୁଝିବା। କାରଣ, ପିଲାମାନେ ହିଁ ହେଉଛନ୍ତି ଆମର ଭବିଷ୍ୟତ। ପରସ୍ଥିତିକୁ ଦୃଷ୍ଟିରେ ରଖି ଶରିରୀକ ଦୂରତ୍ୱ ରଖିଲେ ସୁଦ୍ଧା ନିଜ ନିଜ ଭିତରେ ମାନସିକ ଦୂରତ୍ୱ ରଖିବା ନାହିଁ ବୋଲି ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧତ କରିବା ଅବସରରେ ରାଜ୍ୟବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe