Firstpost
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ। ଏହି ସଂକ୍ରମିତଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ ମଧ୍ୟରେ ଜଣେ ଥିବା ସୂଚନା ରହିିଛି।
ବାଲେଶ୍ବର ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, କଟକରୁ ଜଣେ, ଗଜପତିରୁ ୨ ଜଣ, ଖୋର୍ଦ୍ଧାରୁ ୩ ଜଣ, ନୂଆପଡ଼ାରୁ ଜଣେ ଓ ଷ୍ଟେଟ୍ ପୁଲ୍ରୁ ଜଣେ ଚିହ୍ନଟ ହୋଇଛନ୍ତି।
ନୂଆ କରି ସୁସ୍ଥ ହୋଇଛନ୍ତି ୮ ଜଣ। ନୂଆ ପଜିଟିଭ୍ ସଂଖ୍ୟାକୁ ମିଶାଇ ସମୁଦାୟ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୩୨୭ରେ ପହଞ୍ଚିଛି। ଏବେ ସୁଦ୍ଧା ସମୁଦାୟ ସୁସ୍ଥଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୯ ହଜାର ୨୫ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧୨୩ ଜଣ ଆକ୍ରାନ୍ତ।
ଗତକାଲି ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ବୋଲି ଜଣା ପଡ଼ିଥିଲା।
Follow Us