ଗତକାଲିଠାରୁ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ; ୨୪ ଘଣ୍ଟାରେ ୯ ଜଣ ସଂକ୍ରମିତ ଚିହ୍ନଟ

Advertisment
ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮ କରୋନା ପଜିଟିଭ ଚିହ୍ନଟ, ୨ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ କମ୍‌ ରହିଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୨ ରହିଥିବା ବେଳେ ଆଜି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୦-୧୮ ଜଣଙ୍କ ମଧ୍ୟରେ ଜଣେ ଥିବା ସୂଚନା ରହିଛି।

କଟକରୁ ୩ ଜଣ ସଂକ୍ରମିତ ଚିହ୍ନଟ ‌ହୋଇଥିବା ବେଳେ ଖୋର୍ଦ୍ଧ‌ାରୁ ୪ ଜଣ, ସମ୍ବଲପୁରରୁ ଜଣେ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି।

ନୂଆ ସଂକ୍ରମଣକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨୮୮୪୩୧ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୨୭୯୧୭୬ ଜଣ। ଏବେ ବି ସକ୍ରିୟ ଅଛନ୍ତି ୭୬ ଜଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe