ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୬୪ଜଣ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ସଂକ୍ରମିତ

Advertisment
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୬୪ଜଣ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ସଂକ୍ରମିତ

ଭୁବନେଶ୍ୱର: ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୬ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୧୬୪ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୩୩୭୫ଟି ହୋଇଥିବାବେଳେ ୨୫୮୯ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୪୮ ଚିହ୍ନଟ ହୋଇଛନ୍ତି।

publive-image Image Courtesy of Latest News Headlines

ସେହିପରି କେଉଁଝରରୁ ୨୦୫, କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ୱଲପୁରରୁ ୨୨୯, ସୋନପୁରରୁ ୯୦, ସୁନ୍ଦରଗଡ଼ରୁ ୪୨୭ ଓ ଷ୍ଟେଟପୁଲରୁ ୨୪୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୮୮୪୭୯ ହୋଇଥିବା ବେଳେ ୩୫୧୩୮୬ ଜଣ ସୁସ୍ଥ ହୋଇଛନ୍ତି। ଏଣେ ଏବେ ୩୫୦୭୫ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe