ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯୮

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯୮

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୭୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

publive-image long island press

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୧୯ ଜଣ, ବାଲେଶ୍ୱରରୁ ୩୬୧ ଜଣ, ବରଗଡ଼ରୁ ୩୨୩ ଜଣ, ଭଦ୍ରକରୁ ୧୪୨ଜଣ, ବଲାଙ୍ଗୀରରୁ ୧୯୫ ଜଣ, ବୌଦ୍ଧରୁ ୩୮୪ଜଣ, କଟକରୁ ୯୨୨ଜଣ, ଦେବଗଡରୁ ୧୦୦ ଜଣ, ଢେଙ୍କାନାଳରୁ ୭୬୩ଜଣ, ଗଜପତିରୁ ୪୩ ଜଣ, ଗଞ୍ଜାମରୁ ୨୫୪ ଜଣ, ଜଗତସିଂହପୁରରୁ ୨୯୧ ଜଣ, ଯାଜପୁରରୁ ୫୪୧ ଜଣ, ଝାରସୁଗୁଡାରୁ ୧୯୧ ଜଣ, କଳାହାଣ୍ଡିରୁ ୨୪୪ ଜଣ, କନ୍ଧମାଳରୁ ୭୭ ଜଣ, କେନ୍ଦ୍ରାପଡ଼ାରୁ ୩୨୩ଜଣ, କେଉଁଝରରୁ ୧୭୬ ଜଣ, ଖୋର୍ଦ୍ଧାରୁ ୧୨୯୮ ଜଣ, କୋରାପୁଟରୁ ୨୪୨ ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୬୦୪ ଜଣ, ନବରଙ୍ଗପୁରରୁ ୩୬୨ ଜଣ, ନୟାଗଡ଼ରୁ ୨୨୫ ଜଣ, ନୂଆପଡ଼ାରୁ ୬୪ ଜଣ, ପୁରୀରୁ ୪୫୬ ଜଣ, ରାୟଗଡ଼ାରୁ ୧୫୬ ଜଣ, ସମ୍ୱଲପୁରରୁ ୩୧୯ଜଣ, ସୋନପୁରରୁ ୨୩୧, ସୁନ୍ଦରଗଡ଼ରୁ ୫୧୨ ଓ ଷ୍ଟେଟ ପୁଲରୁ ୨୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୧୪,୩୮୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୦୧,୨୨୪ ଜଣ ସୁସ୍ଥ ହୋଇଛନ୍ତି।  ଏବେ ବି ୧, ୧୦, ୫୫୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe