ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୩୯୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୩୯୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୩୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୨୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪୩ଜଣ, ବାଲେଶ୍ୱରରୁ ୨୮୫ ଜଣ, ବରଗଡ଼ରୁ ୧୭୧ ଜଣ, ଭଦ୍ରକରୁ ୨୩୮ଜଣ, ବଲାଙ୍ଗୀରରୁ ୮୧ ଜଣ, ବୌଦ୍ଧରୁ ୧୩୩ଜଣ, କଟକରୁ ୮୬୮ଜଣ, ଦେବଗଡ଼ରୁ ୫୬ ଜଣ, ଢେଙ୍କାନାଳରୁ ୮୧ଜଣ, ଗଜପତିରୁ ୫୨ ଜଣ, ଗଞ୍ଜାମରୁ ୬୯ ଜଣ, ଜଗତସିଂହପୁରରୁ ୨୮୮ ଜଣ, ଯାଜପୁରରୁ ୫୧୬ ଜଣ, ଝାରସୁଗୁଡ଼ାରୁ ୬୬ ଜଣ, କଳାହାଣ୍ଡିରୁ ୧୬୬ ଜଣ, କନ୍ଧମାଳରୁ ୭୬ ଜଣ, କେନ୍ଦ୍ରାପଡ଼ାରୁ ୩୪୧ଜଣ, କେଉଁଝରରୁ ୧୫୮ଜଣ, ଖୋର୍ଦ୍ଧାରୁ ୧୦୬୯ ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୧୦ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୯୬ ଜଣ, ନୟାଗଡ଼ରୁ ୨୪୩ଜଣ, ନୂଆପଡ଼ାରୁ ୨୨ ଜଣ, ପୁରୀରୁ ୩୫୬ ଜଣ, ରାୟଗଡ଼ାରୁ ୧୨୫ ଜଣ, ସମ୍ୱଲପୁରରୁ ୧୩୭ଜଣ, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୨୬୭ ଓ ଷ୍ଟେଟ ପୁଲରୁ ୧୪୫କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୦୬,୦୯୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୨୪,୪୦୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୮, ୬୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe