ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୭୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨୭ଜଣ, ବାଲେଶ୍ୱରରୁ ୨୨୦ଜଣ, ବରଗଡ଼ରୁ ୧୧୮ ଜଣ, ଭଦ୍ରକରୁ ୨୧୭ଜଣ, ବଲାଙ୍ଗୀରରୁ ୪୧ ଜଣ, ବୌଦ୍ଧରୁ ୮୩ଜଣ, କଟକରୁ ୫୫୭ଜଣ, ଦେବଗଡ଼ରୁ ୧୪ ଜଣ, ଢେଙ୍କାନାଳରୁ ୧୩୭ଜଣ, ଗଜପତିରୁ ୨୩ ଜଣ, ଗଞ୍ଜାମରୁ ୭୭ଜଣ, ଜଗତସିଂହପୁରରୁ ୧୪୮ ଜଣ, ଯାଜପୁରରୁ ୩୯୪ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୩୭ ଜଣ, କେନ୍ଦ୍ରାପଡ଼ାରୁ ୨୩୭ଜଣ, କେଉଁଝରରୁ ୧୧୫ଜଣ, ଖୋର୍ଦ୍ଧାରୁ ୭୨୬ ଜଣ, କୋରାପୁଟରୁ ୧୨୭ ଜଣ, ମାଲକାନଗିରିରୁ ୫୮ଜଣ, ମୟୁରଭଞ୍ଜରୁ ୨୮୫ଜଣ, ନବରଙ୍ଗପୁରରୁ ୧୮୬ ଜଣ, ନୟାଗଡ଼ରୁ ୧୩୨ଜଣ, ନୂଆପଡ଼ାରୁ ୧୩ ଜଣ, ପୁରୀରୁ ୨୩୪ଜଣ, ରାୟଗଡ଼ାରୁ ୧୨୯ ଜଣ, ସମ୍ୱଲପୁରରୁ ୬୬ଜଣ, ସୋନପୁରରୁ ୩୪, ସୁନ୍ଦରଗଡ଼ରୁ ୨୫୧ ଓ ଷ୍ଟେଟ ପୁଲରୁ ୧୨୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୪୨,୪୬୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୭୨,୯୭୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୬, ୨୨୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe