ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୮ ନୂଆ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ ୧୦୫

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୮ ନୂଆ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ ୧୦୫

ଭୁବନେଶ୍ବର: ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୫୭୩କୁ ବଢ଼ିଥିବା ବେଳେ ଆଜି ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୨ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୨୪୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି |
ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୫ ଜଣ, ବାଲେଶ୍ୱରରେ ୧୩ ଜଣ, ବରଗଡ଼ରେ ୨୧ ଜଣ, ଭଦ୍ରକରେ ୯ ଜଣ, ବଲାଙ୍ଗୀରରେ ୧୧ ଜଣ, କଟକରେ ୩୦ ଜଣ, ଦେବଗଡ଼ରେ ୪, ଢେଙ୍କାନାଳରେ ୬ ଓ ଜଗତସିଂହପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଜପତିରେ ୧ ଜଣ, ଗଞ୍ଜାମରେ ୨୭ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡ଼ାରେ ୩୧ ଜଣ, କଳାହାଣ୍ଡିରେ ୬୪ ଜଣ, କନ୍ଧମାଳରେ ୩ ଜଣ, କେନ୍ଦୁଝରରେ ୨ ଜଣ, ଖୋର୍ଦ୍ଧାରେ ୧୦୫ ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୯ ଜଣ, ନବରଙ୍ଗପୁରରେ ୮ ଜଣ, ନୟାଗଡ଼ରେ ୭ଜଣ, ନୂଆପଡ଼ାରେ ୨୯ ଜଣ, ପୁରୀରେ ୨୪ ଜଣ, ରାୟଗଡ଼ାରେ ୬ ଜଣ, ସମ୍ବଲପୁରରେ ୨୮ ଜଣ, ସୋନପୁରରେ ୧୧ ଜଣ, ସୁନ୍ଦରଗଡ଼ରେ ୮୪ ଜଣ, ଷ୍ଟେଟ ପୁଲରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୩,୮୫୬। ଏମାନଙ୍କ ଭିତରୁ ସୁସ୍ଥ ହେଲେଣି ୩, ୩୮, ୧୫୦। ଏବେ ବି ୩୭୩୧ଜଣ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe