ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ

୧୦ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧରୁ ୨୫୫୧ ଓ ୩୫୨୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନୁଗୁଳ ଜିଲ୍ଲାରୁ ୨୩୯,ବରଗଡ଼ରୁ ୨୮୬, ବଲାଙ୍ଗୀର ଜିଲ୍ଲାରୁ ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯,  କଳାହାଣ୍ଡି ଜିଲ୍ଲାରୁ ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାରୁ ୨୬୬, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮,ସମ୍ବଲପୁରରୁ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image kendaripos.co.id

ଅପରପକ୍ଷରେ ଗଜପତି ଜିଲ୍ଲାରୁ ଗତ ୨୪ ଘଣ୍ଟା ଭିତରେ ୭୯, କୋରାପୁଟ ଜିଲ୍ଲାରୁ ୭୬, ସୁବର୍ଣ୍ଣପୁରରୁ ୭୪ ଓ ଷ୍ଟେଟ୍ ପୁଲରୁ ୨୧୩, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ଏବେ ୫୦,୯୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅପରପକ୍ଷରେ ୩ ଲକ୍ଷ ୬୭ ହଜାର ୧୧୧ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
ଏଣେ ଓଡ଼ିଶାରେ ୧୦ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ସୂଚନାଯୋଗ୍ୟ, ଗତ ୨୪ଘଣ୍ଟା ରେ ରାଜ୍ୟରେ କମ୍ ନମୁନା ପରୀକ୍ଷା କରାଯାଇଛି। ଫଳରେ କରୋନା ପଜିଟିଭିଟି ରେଟ୍ ୧୬.୪୮ ପ୍ରତିଶତ ହୋଇଛି । ୨୫ରେ ୩୯ ହଜାର ୬୪୨ ନମୁନା ପରୀକ୍ଷା କରାଯାଇଥିବାବେଳେ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୨୪ତାରିଖରେ ୪୩ ହଜାର ୭୬୫ ନମୁନାରୁ ୬୧୧୬, ପଜିଟିଭ୍ ବାହାରିଥିଲେ । ୨୩ରେ ୪୧ହଜାର ୧୭ ନମୁନାରୁ ୬ହଜାର ୬୪୭ ପଜିଟିଭ୍ ହୋଇଥିଲେ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe