ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଜି ୨୪୫ କରୋନା ପଜିଟିଭ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ ୫୮, ୪୩ ଜଣ ୧୮ ବର୍ଷରୁ କମ୍ ବୟସର

The Financial Express

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୦-୧୮(ଶିଶୁ-କିଶୋର) ବୟସରେ ୨ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ବର ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, କଟକରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୩ ଜଣ, ନୂଆପଡ଼ାରୁ ଜଣେ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୮ ଜଣ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମଣ ୧୨ ଲକ୍ଷ ୮୮ ହଜାର ୧୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୨ ଲକ୍ଷ ୭୮ ହଜାର ୮୧୪ ଓ ଏବେ ବି ସକ୍ରିୟ ଅଛନ୍ତି ୯୨ ଜଣ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ରାଜ୍ୟରେ ୭ ଜ‌ଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe