ଶାନ୍ତି ଶୃଙ୍ଖଳାର ସହିତ ପୌର ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ-ଏସ୍‌ପିଙ୍କ ସହ କଥା ‌ହେଲେ ରାଜ୍ୟ ନିର୍ବାଚନ କମିସନର

ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଶାନ୍ତି ଶୃଙ୍ଖଳାର ସହିତ ପୌର ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ-ଏସ୍‌ପିଙ୍କ ସହ କଥା ‌ହେଲେ ରାଜ୍ୟ ନିର୍ବାଚନ କମିସନର

ଭୁ‌ବନେଶ୍ବର: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌରସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତିା ନିର୍ବାଚନ କମିସନରଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମା (ଆଇନଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ପୌର ନିର୍ବାଚନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲୋ ନିର୍ବାଚନ ପୂର୍ବର ପ୍ରସ୍ତୁତି ଯଥା-କର୍ମଚାରୀମାନଙ୍କର ତାଲିମ୍, ନିର୍ବାଚନ ସାମଗ୍ରୀ ବିତରଣ, ବାଲାଟ୍ପେପର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ସ୍ଥାପନ ଓ ମତଗଣନା ଇତ୍ୟାଦି କାର୍ଯ୍ୟଗୁଡ଼ିକ କିପରି ଭାବେ ସୁରୁଖୁରୁରେ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ
ରଘୁରାମ ଆର୍. ଆୟର ପାଓ୍ୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅବଗତ କରାଇଥିଲୋ

ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ କମିସନ
ଗୁରୁତ୍ୱାରୋପ କରିଛନ୍ତିା ପୌରନିର୍ବାଚନ ନିମନ୍ତେ ଦୁଇପ୍ରକାରର ବାଲାଟ୍ପେପର ଇଭିଏମ୍ରେ ରହିବା କାଉନ୍ସିଲର/କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ପେପର ଏବଂ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ନିମନ୍ତେ ହଳଦିଆ ରଙ୍ଗର ବାଲାଟ୍ପେପର ନିର୍ବାଚନରେ ବ୍ୟବହାର କରାଯିବା ପ୍ରତି ବୁଥ୍‌ରେ ଦୁଇଗୋଟି ଇଭିଏମ୍ ରହିବା କାଉନ୍ସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବା ଭୋଟରମାନେ ମତଦାନ କକ୍ଷ ମଧ୍ୟରେ ସହଜରେ ମତଦାନ କରିବା ପାଇଁ ଇଭିଏମ୍‌ରେ କଣ୍ଟ୍ରୋଲୟୁନିଟ୍ ଓ ବାଲାଟ୍ୟୁନିଟ୍ ଉପରେ ଅଠାଥିବା ଷ୍ଟିକର ଲଗାଯିବା କାଉନ୍ସିଲର/କର୍ପୋରେଟର ନିର୍ବାଚନ ପାଇଁ ଥିବା ଇଭିଏମ୍‌ କଣ୍ଟ୍ରୋଲୟୁନିଟ୍ ଓ ବାଲାଟ୍ୟୁନିଟ୍ ଉପରେ ଗୋଲାପି ରଙ୍ଗର ଷ୍ଟିକର ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଥିବା ଇଭିଏମ୍‌ରେ କଣ୍ଟ୍ରୋଲୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ହଳଦିଆ ରଙ୍ଗର ଷ୍ଟିକର ଲଗାଯିବା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କ ନାମ ବାଲାଟ୍ପେପରରେ ଓଡ଼ିଆ ବର୍ଣ୍ଣମାଳାର କ୍ରମାନୁସାରେ ରହିବା ପୌର ନିର୍ବାଚନବେଳେ ପ୍ରତ୍ୟେକ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍ ପାଇଁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ସହ ସିସିଟିଭି, ଭୋଟଗଣତି ଓ ଫଳାଫଳ ଘୋଷଣାବେଳେ ପୁଲିସ୍ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିବା ସହ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମା ସୂଚନା ଦେଇଛନ୍ତିା ଗତମାସନରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନେ ସଫଳତାର ସହ ଶେଷ କରିଥିବାରୁ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe