ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା: ୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ବିବାଦକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାର ଜାନୁଆରି ୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଆଜି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ‘ଛବିରାଣୀ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ଆବେଦନର ଶୁଣାଣି ହୋଇଥିଲା। ପୁରସ୍କାର ଦୌଡରେ ଥିବା ସମସ୍ତ ଚଳଚ୍ଚିତ୍ରର ପୁନଃମୂଲ୍ୟାୟନ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏ ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରି ୧୭ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଡିସେମ୍ବର ୧୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପୁରସ୍କାର ଦୌଡରେ ଥିବା ସମସ୍ତ ଚଳଚ୍ଚିତ୍ରର ପୁନଃମୂଲ୍ୟାୟନ କରାଯିବ। ପୁନଃମୂଲ୍ୟାୟନ ପରେ ଫଳାଫଳ ସଂକ୍ରାନ୍ତରେ ଆବେଦନକାରୀ ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଯିବ। ଆବେଦନକାରୀଙ୍କ ଅଭିଯୋଗ ସମାଧାନ ହୋଇଛି ବା ଏହି ପ୍ରସଂଗରେ ବିଚାର ଆବଶ୍ୟକ ସେ ନେଇ ଆବେଦନକାରୀ ଅଦାଲତଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବ ନାରାୟଣ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe