Advertisment

କରୁଣା ଓ ସମ୍ବେଦନଶୀଳତା କବିତାର ଭୂଷଣ: କବି ଜୟନ୍ତ ମହାପାତ୍ର

Advertisment

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ

କରୁଣା ଓ ସମ୍ବେଦନଶୀଳତା କବିତାର ଭୂଷଣ: କବି ଜୟନ୍ତ ମହାପାତ୍ର

ଭୁବନେଶ୍ୱର : କରୁଣା ଓ ସମ୍ବେଦନଶୀଳତା ହେଉଛି କବିତାର ପ୍ରଧାନ ଭୂଷଣ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ଆଜିର ଏହି ଭବ୍ୟ କବିତା ଓ ଗୀତି କବିତା ପାଠୋତ୍ସବ ସମାଜକୁ ଏହି ବାର୍ତ୍ତା ଦେଉଛି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ଉଦ୍‍ଘାଟକ ଭାବେ ଯୋଗଦେଇ ଖ୍ୟାତନାମା କବି ଜୟନ୍ତ ମହାପାତ୍ର ଏହା କହିଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ-୨୦୨୩ ଅବସରରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ରାଜ୍ୟର ବହୁ ବରିଷ୍ଠ ଓ ପ୍ରତିଷ୍ଠିତ କବି ସ୍ୱରଚିତ କବିତା ପାଠ କରିଥିଲେ। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା ଓ ସଚିବ ପ୍ରବୋଧ କୁମାର ରାଉତ କବିମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। କବିତା ପାଠ କରିଥିବା କବିମାନଙ୍କ ମଧ୍ୟରେ ଥିଲେ ସୀତାକାନ୍ତ ମହାପାତ୍ର, ବଂଶୀଧର ଷଡ଼ଙ୍ଗୀ, ସୌଭାଗ୍ୟ କୁମାର ମିଶ୍ର, ଫନି ମହାନ୍ତି, ପ୍ରତିଭା ଶତପଥୀ, ଆଶୁତୋଷ ପରିଡ଼ା, ଅମରେଶ ପଟ୍ଟନାୟକ, ଭଗବାନ ଜୟସିଂହ, ବିପିନ ନାୟକ, ଶତ୍ରୁଘ୍ନ ପାଣ୍ଡବ, ରଞ୍ଜିତା ନାୟକ, ସୌଭାଗ୍ୟବନ୍ତ ମହାରଣା, ପୀତାମ୍ବର ତରାଇ, ପ୍ରବାସିନୀ ମହାକୁଡ଼, ବିମଳ ଜେନା ଓ ସୁଚେତା ମିଶ୍ର। ଯେଉଁ ଗୀତିକବିମାନେ ସ୍ୱରଚିତ କବିତା ପାଠ କରିଥିଲେ ସେମାନେ ହେଲେ ଦେବେନ୍ଦ୍ର ଦାସ, ସୁବାସ କର, ଗୌର ପଟ୍ଟନାୟକ, ଅଲେଖଚନ୍ଦ୍ର ପଢ଼ିଆରୀ, ମନୋଜ ପଟ୍ଟନାୟକ, ହୃଦାନନ୍ଦ ପାଣିଗ୍ରାହୀ, ମନୋଜ ମହାନ୍ତି ଓ ସଚ୍ଚି ମହାନ୍ତି। ଏକ ସ୍ୱତନ୍ତ୍ର ଅଧିବେଶନରେ ଏକାଡେମିର ସଭ୍ୟ/ସଭ୍ୟାମାନେ ସ୍ୱରଚିତ କବିତା ପାଠ କରିଥିଲେ। ସଭାପତି ଶ୍ରୀ ମଲ୍ଲିକ ଏହି କବିତାପାଠୋତ୍ସବରେ ସଭାପତିତ୍ବ କରିଥିବା ବେଳେ ଉପସଭାପତି ଶ୍ରୀ ଜେନା ସମାପନି ବକ୍ତବ୍ୟ ପ୍ରଦାନ ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe