ଚଳିତ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ରାଜ୍ୟ ସରକାରଙ୍କ ବଡ ବ୍ୟୟବରାଦ

Advertisment
ଚଳିତ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ରାଜ୍ୟ ସରକାରଙ୍କ ବଡ ବ୍ୟୟବରାଦ

ଭୁବନେଶ୍ୱର : ବତ୍ୟା ପରେ ବୁଦ୍ଧି ଶିଖିଛି ଓଡିଶା। ବିପର୍ଯ୍ୟୟ ହେଲେ କେମିତି ମୁକାବିଲା କରିବାକୁ ପଡେ ତାର ଗୋଟେ ବଡ ଶିକ୍ଷା ପାଇଛି ଓଡିଶା। ଆଉ ସେଇଥି ପାଇଁ ଚଳିତ ବଜେଟରେ ବିପର୍ଯ୍ୟୟ ପାଇଁ ବଡ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଫନି ଭଳି ଆଗାମୀ ଦିନରେ ବିପର୍ଯ୍ୟୟ ଆସିଲେ କେମିତି ମୁକାବିଲା କରିହେବ ତା ପାଇଁ ରାଜ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି।

ତେବେ ଚଳିତ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ୪ ହଜାର ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯେଉଁଥିରେ ଷ୍ଟେଟ୍ ଡିଜାଷ୍ଟର ରେସ୍ପୋନ୍ସ ଫଣ୍ଡ ବା ଏସ୍‌ଡିଆରଏଫ୍‌ ଅଧିନରେ ୯୦୯ କୋଟି ବ୍ୟୟବରାଦ ହୋଇଥିବା ବେଳେ ଏନ୍‌ଡିଆର୍‌ଏଫ ଅଧିନରେ ୩ ହଜାର ୬୯୧ କୋଟି ଟଙ୍କା ଖର୍ଚ୍ଚ ହେବ।

ଚଳିତ ବର୍ଷ ଆରମ୍ଭରେ ଏସ୍‌ଡିଆରଏଫ୍‌ରେ ଗଚ୍ଛିତ ଥିବା ୪୪୧ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ବିଶ୍ୱବ୍ୟାଙ୍କ୍ ସହାୟତାରେ ଓଡ଼ିଶା ଡିଜାଷ୍ଟର ରିକୋଭରୀ ପ୍ରୋଜେକ୍ଟ ପାଇଁ ୮୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe