ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଚାଷ ଓ ଚାଷୀଙ୍କୁ ଆର୍ଥିକ ସହାୟତା ଲାଗି ଆରମ୍ଭ ହେବ ‘କାଳିଆ’ ଯୋଜନା; ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା

କୃଷକଙ୍କୁ ଦକ୍ଷତା ବିକାଶ ତାଲିମ ଦେବେ ସରକାର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ନିଆ ଯାଇଛି ବଡ଼ ନିଷ୍ପତ୍ତି।  ରାଜ୍ୟ ସରକାର ଶୁକ୍ରବାର କାଳିଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଏହି ଯୋଜନାରେ ଚାଷ ଓ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସରକାର ଚାଷୀଙ୍କୁ ପ୍ରତିବର୍ଷ ଖରିଫ ଋତୁ ଏବଂ ରବି ଋତୁରେ ଆର୍ଥିକ ସହାୟତା ଦେବେ।

ବର୍ଷ ୨୦୧୪ରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି କାଳିଆ (କୃଷକ ଆସିଷ୍ଟାନସ୍‌ ଫର୍‌ ଲାଇଭଲିହୁଡ ଆଣ୍ଡ ଇନ୍‌କମ୍‌ ଆଗୁମେଣ୍ଟେସନ୍‌) ଯୋଜନା ଆରମ୍ଭ କରାଯାଇଛି। ଆର୍ଥିକ ବର୍ଷ ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଏହି ଯୋଜନାକୁ ଲାଗୁ କରାଯିବ।

ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ଭୂମିହୀନ ଚାଷୀ ଉପକାର ପାଇବେ। ଭୂମିହୀନ ଚାଷୀ ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ପାଳନ, ମାଛ ଚାଷ, ଛତୁ ଚାଷ ଏବଂ ମହୁ ଚାଷ କରିପାରିବେ। ସେହିଭଳି ସରକାର ୩ ବର୍ଷ ଯାଏଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ। ସରକାରଙ୍କ ଏହି ମହତ୍‌କାଂକ୍ଷୀ ଯୋଜନାରୁ ୩୨ ଲକ୍ଷ ଚାଷୀଙ୍କ ମଧ୍ୟରୁ ୯୨ ପ୍ରତିଶତ ଚାଷୀ ଉପକୃତ ହେବେ।

କୃଷକଙ୍କ ପାଇଁ ‘କାଳିଆ’

-୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଯୋଜନାରୁ ହେବେ ଉପକୃତ
-ଜମି ମାଲିକ ବଦଳରେ ପ୍ରକୃତ ଚାଷୀଙ୍କୁ ମିଳିବ ଉପକାର
-ବୟସ୍କ ଚାଷୀ ଏବଂ ଭୂମିହୀନ ଚାଷୀ ଶ୍ରମିକଙ୍କ ପାଇଁ ସହାୟତା
-ଜୀବିକା ନିର୍ବାହ ପାଇଁ ବର୍ଷକୁ ୧୦ ହଜାର ଟଙ୍କା ଦେବେ ସରକାର

publive-image
-ଗ୍ରାମପଂଚାୟତ ସ୍ତରରେ ଚିହ୍ନିତ ହେବେ ଚାଷୀ
-୨ ବର୍ଷରେ ୧୦ ଲକ୍ଷ ପରିବାର ପାଇଁ ଖର୍ଚ୍ଚ ହେବ ୧୦୦୦ କୋଟି
-ଚାଷୀ ଓ ଭୂମିହୀନ ଚାଷୀ ଶ୍ରମିକଙ୍କ ପାଇଁ ଜୀବନ ବୀମା ଘୋଷଣା
-୨ ଲକ୍ଷ ଟଙ୍କାର ବୀମା ସହ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ଅନିଷ୍ଠିତ କ୍ୟାବିନେଟ୍‌ ବୈଠକରେ କାଳିଆ ଯୋଜନାର ନିଷ୍ପତ୍ତି ହୋଇଛି। ନୂତନ ଯୋଜନାରୁ ଚାଷୀ ଓ ଭାଗ ଚାଷୀ ଉପକୃତ ହେବେ। ସେହିଭଳି ନାମମାତ୍ର ଚାଷୀ ମଧ୍ୟ ଏହି ଯୋଜନାରୁ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe