ତମାଖୁ ବିଜ୍ଞାପନରୁ ବିରତ ରହିବାକୁ ସେଲିବ୍ରେଟିଙ୍କୁ ରାଜ୍ୟ ସରକାରଙ୍କ ନିବେଦନ

Advertisment
ଏମ୍‌ସ ଦେଓଘର, ନିମାହନ୍‌ସର ମିଳିତ ଗବେଷଣା: ତମାଖୁ ସେବନକାରୀଙ୍କ ପାଇଁ ବିପଦ ଆଣୁଛି କୋଭିଡ୍

iStock

ଭୁବନେଶ୍ବର : ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ। ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହେଉଛି। ତେବେ କେତେକ ସେଲିବ୍ରେଟି ତମାଖୁର ବିଜ୍ଞାପନ କରୁଥିବାରୁ ଯୁବପିଢ଼ି ଏଥିପ୍ରତି ଆକୃଷ୍ଟ ହେଉଛନ୍ତି। ତେଣୁ ଅଭିନେତା ଓ ସେଲିବ୍ରେଟି ତମାଖୁ ବିଜ୍ଞାପନରୁ ନିଜକୁ ବିରତ କରନ୍ତୁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି କହିଛନ୍ତି, ସେଲିବ୍ରେଟିମାନେ ତମାଖୁ ବିଜ୍ଞାପନ କରୁଥିବାରୁ ଏହାର କୁପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ୁଛି। ସେଲିବ୍ରେଟିମାନେ କ’ଣ ସତରେ ତମାଖୁ ଖାଉଛନ୍ତି ? ଯଦି ନୁହେଁ, ସେମାନେ କାହିଁକି ଅନ୍ୟମାନଙ୍କୁ ତମାଖୁ ଖାଇବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଡା.ମହାନ୍ତି କହିଛନ୍ତି। ବିଶ୍ବ ତମାଖୁ ବର୍ଜନ ଦିବସ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତମାଖୁ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି, ପୁରୀ ଓ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖ ଯେ ନିକଟରେ କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମରେ ତମାଖୁ ନିରୋଧୀ ବିଜ୍ଞାପନ ଉପରେ ନିୟନ୍ତ୍ରଣ କରିବା ଲାଗି ବିଜ୍ଞପ୍ତି ଜାରି କରିଥିଲେ। ରାଜ୍ୟ ସରକାର ମଧ୍ୟ ସରକାରୀ କାର୍ଯ୍ୟାଳୟରେ ତମାଖୁ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe