ଥାନା ଅଧିକାରୀଙ୍କୁ ଅଧିକ କ୍ଷମତା ଦେଲେ ରାଜ୍ୟ ସରକାର

Advertisment
ଥାନା ଅଧିକାରୀଙ୍କୁ ଅଧିକ କ୍ଷମତା ଦେଲେ ରାଜ୍ୟ ସରକାର

ଭୁ‌ବନେଶ୍ବର: କରୋନାଭାଇରସ୍‌ଜନିତ ସଙ୍କଟ ସମୟରେ ରାଜ୍ୟ ସରକାର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନରେ ଥିବା କ୍ଷମତା ଅର୍ପଣ କରିଛନ୍ତି। ଏବେ ରାଜ୍ୟରେ ଥିବା ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ବିପର୍ଯୟ ପରିଚାଳନା ଆଇନ, ୨୦୦୫ରେ ଥିବା ଧାରା ୬୦ (କ) ପ୍ରବର୍ତ୍ତନ କରି ପାରିବେ।

ବିପର୍ଯୟ ପରିଚାଳନା ଆଇନ, ୨୦୦୫ରେ ଥିବା ଧାରା ୫୧ ରୁ ୬୦ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୮୮ ଆଧାରରେ ଥାନା ଅଧିକାରୀ ଅଦାଲତରେ ବିପର୍ଯ୍ୟୟକାଳୀନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅଭିଯୋଗ ଦାଏର କରିପାରିବେ।

ରାଜ୍ୟପାଳଙ୍କ ଆଦେଶକ୍ରମେ ସରକାରଙ୍କ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଗୃହ ବିଭାଗର ଏହି ଆଦେଶନାମାରେ ସ୍ବାକ୍ଷର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe