ତିତ୍‌ଲି ସହାୟତା: କ୍ଷତିଗ୍ରସ୍ତ ଜଳସେଚିତ ଜମିକୁ ଏକର ପିଛା ମିଳିବ ୧୩,୫୦୦ ଟଙ୍କା

Advertisment
ରବି ଋତୁରେ ୧୧ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ: ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ତିତ୍‌ଲି ପ୍ରଭାବିତ ଚାଷୀଙ୍କ ପାଇଁ ବୁଧବାର ସହାୟତା ରାଶି ଘୋଷଣା କରିଛନ୍ତି। ଗଞ୍ଜାମ, ଗଜପତି ଓ ରାୟଗଡ଼ାର କ୍ଷତିଗ୍ରସ୍ତ ଚାଷୀମାନେ ଏହି ସହାୟତା ରାଶି ପାଇବେ। ସରକାର ୩୭ଟି କ୍ଷେତ୍ରରେ ପ୍ରଭାବିତ ଚାଷୀଙ୍କୁ ସହାୟତା ଦେବେ। ଜଳସେଚନ, କୃଷି, ମତ୍ସ୍ୟପାଳନରେ ମଧ୍ୟ ସହାୟତା ମିଳିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ସବ୍‌ସିଡି ମିଳିବ। ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍‌ପୁଟ ସବସିଡି ମିଳିବ।

ତିତ୍‌ଲି ପ୍ରଭାବିତ ଚାଷୀଙ୍କୁ ସହାୟତା ରାଶି ଘୋଷଣା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି, ରବି ଫସଲ କରୁଥିବା ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଅଚଳ ଜଳସେଚନ ପ୍ରକଳ୍ପକୁ ସଚଳ କରାଯିବ। କ୍ଷତିଗ୍ରସ୍ତ ଜଳସେଚିତ ଜମିକୁ ଏକର ପିଛା ୧୩,୫୦୦ ଟଙ୍କା ସହାୟତା ରାଶି ମିଳିବ। କ୍ଷତିଗ୍ରସ୍ତ ଅଣ ଜଳସେଚିତ ଜମିକୁ ଏକର ପିଛା ୬୮୦୦ ଟଙ୍କା ମିଳିବ। ମୃତ ଗାଈ, ମଇଁଷି ପାଇଁ ୩୦ ହଜାର ଟଙ୍କା, ଛେଳି ପାଇଁ ୩ ହଜାର ଟଙ୍କା ମିଳିବ। ଆମ୍ବ, କଦଳୀ, କାଜୁ ପାଇଁ ୩ ବର୍ଷ ସକାଶେ ସହାୟତା ମିଳିବ। ସେହିପରି ଆଖୁଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ମିଳିବ। କନ୍ଦ ପାଇଁ ୟୁନିଟ ପିଛା ୭ ହଜାର, ଛତୁ ପାଇଁ ୟୁନିଟ ପିଛା ୧୦ ହଜାର ଟଙ୍କା ମିଳିବ।

ଅନ୍ୟପକ୍ଷରେ ତିତ୍‌ଲି ଯୋଗୁଁ କ୍ଷୟକ୍ଷତି ଆକଳନ ପାଇଁ ଗୁରୁବାର କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଛି। ଏସ୍‌.କେ ସାହିଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍‌ ପ୍ରଭାବିତ ଅଞ୍ଚଳ ବୁଲିବେ। ସେମାନେ ୨ଟି ଟିମ୍‌ରେ ଭାଗ ହୋଇ ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଯିବେ। କ୍ଷୟକ୍ଷତି ପରେ ନଭେମ୍ବର ୨ରେ ସଚିବାଳୟରେ ବୈଠକ ବସିବ ବୋଲି ଯୁଗ୍ମ ରିଲିଫ କମିସନର ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe