ଭିନ୍ନକ୍ଷମଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ

Advertisment

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୱେବିନାର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୱେବିନାର

ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ

Update Odisha

ଭୁବନେଶ୍ୱର : ରାଜ୍ୟର ଭିନ୍ନକ୍ଷମମାନଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭିନ୍ନକ୍ଷମଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ଉପରେ ବ୍ୟାପକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଲାଗି ପରାମର୍ଶ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମିଳିତ ଜାତିସଂଘ ଦ୍ବାରା ପ୍ରସ୍ତୁତ ଚଳିତବର୍ଷର ପ୍ରସଙ୍ଗ ‘କୋଭିଡ ପରବର୍ତୀ ବିଶ୍ବରେ ସମାବେଶୀ ଓ ନିରନ୍ତର ବିକାଶରେ ଭିନ୍ନକ୍ଷମଙ୍କ ନେତୃତ୍ବ ଓ ଅଂଶଗ୍ରହଣ’ ଶୀର୍ଷକ ୱେବିନାରରେ ଆଲୋଚନା ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଚଳିତବର୍ଷ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଅବଦାନ ପାଇଁ ରାଜ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ। ଶ୍ରେଷ୍ଠ କର୍ମଚାରୀ ପ୍ରଶାନ୍ତ କୁମାର ବେହେରା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଅମରେନ୍ଦ୍ର ବେହେରା, ସୁଶ୍ରୀ ପ୍ରଜ୍ଞାପାରମିତା କୁମାର ଓ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ‘ପୁନର୍ବାସ’ ସଂଗଠନକୁ ରାଜ୍ୟ ପୁରସ୍କାର ଦିଆଯାଇଥିଲା।

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା, ନିର୍ଦେଶକ ବ୍ରତତୀ ହରିଚନ୍ଦନ ବିଭାଗୀୟ ‌କ୍ଷେତ୍ରୀୟ କର୍ମଚାରୀ, ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ସହାୟକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ନିଷ୍ଠାର ସହିତ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ମଧୁମିତା ନାୟକ ସାମିଲ ହୋଇଥିଲେ। ଉପ ଶାସନ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ୱେବିନାରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ଉପସମ କେନ୍ଦ୍ରଗୁଡ଼ିକର ପ୍ରତିନିଧି, ଜିଲ୍ଲା ପୁନର୍ବାସ କେନ୍ଦ୍ରର କର୍ମକର୍ତା ଯୋଗ ଦେଇଥିଲେ। ପୂର୍ବରୁ ଭାରତୀୟ ରେଡକ୍ରସ ସଂଗଠନର ରାଜ୍ୟ ଶାଖା ତଥା ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ୱେବିନାରରେ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe