ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲା ପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି: କଂଗ୍ରେସ 

Advertisment

କେବେ ନିର୍ମାଣ କରିବେ ବିମାନବନ୍ଦର

କେବେ ନିର୍ମାଣ କରିବେ ବିମାନବନ୍ଦର

ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲା ପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି: କଂଗ୍ରେସ 

ରାୟଗଡ଼ା: ରାୟଗଡା ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ଏହି ଜିଲ୍ଲାରେ ବିମାନବନ୍ଦର ରାଜ୍ୟ ସରକାର ନିର୍ମାଣ କରିବା କଥା। ଏହି ଅଂଚଳରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ଉପଦେଷ୍ଟାମାନେ ରହିଛନ୍ତି। କିନ୍ତୁ ଏମାନେ ଅଂଚଳର ବିକାଶ କରୁଥିବା ନେଇ ବାହାସ୍ପଟ ମାରୁଛନ୍ତି। ଏତେ ବଡ ଜିଲ୍ଲା ଏବଂ ବୈବସାୟିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ବିମାନବନ୍ଦର ନିର୍ମାଣ କରିବାରେ ଫେଲ ମାରିଛନ୍ତି। ଯେଉଁ ବିମାନବନ୍ଦର ରହିଛି ତାକୁ ମଧ୍ୟ ସଜାଡି ଏକ ବିମାନ ଚଳାଚଳର ବ୍ୟବସ୍ଥା ମଧ୍ୟ କରିବାରେ ଏମାନଙ୍କର କାର୍ଯ୍ୟପନ୍ଥାକୁ ପଦାରେ ପକାଇଛି ବୋଲି ଆଜି କଂଗ୍ରେସର ପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ସମ୍ବାଦରେ ଏନେଇ ଏକ ଖବର ପ୍ରକାଶ ପାଇବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାରଙ୍କର ମାଳମାଳ ଯୋଜନା ନେଇ ବିଜେଡି ନେତାମାନେ ଗାଁ ଗାଁ ବୁଲୁଛନ୍ତି। କିନ୍ତୁ ଜିଲ୍ଲାକୁ ଯାହା ଦରକାର ତାହା ଯୋଗାଇବାରେ ବିଫଳ ହୋଇଛି ସରକାର। ରାଜ୍ୟ ସରକାରଙ୍କର ଅପାରଗତା ଓ ବୈମାତୃକ ମନଭାବ ଯୋଗୁଁ ଜିଲ୍ଲାରେ ଆଜି ବିକାଶ ହୋଇପାରୁ ନାହିଁ। ଲୋକେ ବୁଝିସାରିଲେଣି। ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ।

ରାୟଗଡା ଜିଲ୍ଲାରୁ ଯେତିକି ରାଜସ୍ବ ମିଳୁଛି ସେହି ଟଂକାରେ ରାଜ୍ୟର ୧୦ଟି ଜିଲ୍ଲାରେ ଖର୍ଚ୍ଚ କରାଯାଉଛି ବୋଲି ଶ୍ରୀ ପଣ୍ଡା ଯୁକ୍ତି ବାଢିଥିଲେ। ପ୍ରଶାସନ ମଧ୍ୟ ସରକାରଙ୍କର କଥାରେ ତାଳ ମିଳାଇ ଏଠାରେ ଜାଗାର ଅଭାବ ଦର୍ଶାଉଛି। କିନ୍ତୁ ଜିଲ୍ଲାର ସହର ମଧ୍ୟରେ ରହିଥିବା ସରକାରୀ ଜାଗା ହେଉ ବା ରାମନାଗୁଡାର ବ୍ଲକର ଉକୁମ୍ବା ଠାରେ ରହିଥିବା ପୁରୁଣା ବିମାନବନ୍ଦରକୁ ମରାମତି କରାଯାଇପାରିଥାନ୍ତା, ଯେଉଁଠି ଆଜି ଲୋକେ ବେଆଇନଭାବେ କପା ଚାଷ କରୁଛନ୍ତି। ଆଜି ବି ଜିଲ୍ଲା ପଛୁଆ ହୋଇ ରହିଛି।ଲୋକେ ବିକାଶ କଣ ଜାଣି ନାହାନ୍ତ ବୋଲି ସେ ଦୋହରାଇଥିଲେ। କୋରାପୁଟର ଜୟପୁର ଏବଂ ମାଲକାନଗିରି ଭଳି ଜାଗାରେ ବିମାନବନ୍ଦର ନିର୍ମାଣ ହୋଇାପାରିଲା। କିନ୍ତୁ ଏତେ ବଡ ଜିଲ୍ଲା ତଥା ବୈବସାୟୀକ କ୍ଷେତ୍ରରେ ଆଗକୁ ବଢୁଥିବା ଏହି ଜିଲ୍ଲାକୁ ଉଡାନ ଯୋଜନାରେ ରାଜ୍ୟ ସରକରା ପ୍ରଥମେ ସାମିଲ କରିବା କଥା ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe