ଫନି ଆର୍ଥିକ ସହାୟତା ପାଇଁ ରାଜ୍ୟ ସରକାର ଜାରି କଲେ ୨ ବ୍ୟାଙ୍କ ଆକାଉଣ୍ଟ ନମ୍ବର

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି 

CBC.ca

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଅବସ୍ଥା ସୁଧାରିବାକୁ ରାଜ୍ୟ ସରକାର ବ୍ୟସ୍ତ ହୋଇପଡ଼ିଛନ୍ତି। ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଏଯାଏଁ ୧୩୪୧ କୋଟି ଟଙ୍କା ଆର୍ଥିକ ସହାୟତା ମିଳିଥିବା ପରେ ମହାରାଷ୍ଟ୍ର, ଛତିଶଗଡ଼ ଓ ତାମିଲନାଡୁ ସରକାର ରବିବାର ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ପାଣ୍ଠି ଯୋଗାଡ କରିବା ଆଶାରେ ସୋମବାର ଯାଏଁ ୨ଟି ବ୍ୟାଙ୍କ ଆକାଉଣ୍ଟସ ନମ୍ବର ଦେଲେ ଦେଇଛନ୍ତି। ଏହି ଆକାଉଣ୍ଟ ଜରିଆରେ ଆଗ୍ରହୀ ବ୍ୟକ୍ତି ଟଙ୍କା ଦାନ କରିପାରିବେ।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟସ ନମ୍ବର ଗୁଡ଼ିକ ହେଲା ୧୧୧୦୯୩୩୯୧୬୫ (ଆଇଏଫଏସସି-ଏସବିଆଇଏନ୍‌୦୦୧୦୨୩୬) ଓ ୧୦୫୬୬୧୧୬୪୧୭ (ଏସବିଆଇଏନ୦୦୦୬୬୦୬)।

ବାତ୍ୟା ପରେ ରାଜ୍ୟ ସରକାର ଅର୍ଥ ସଂଗ୍ରହ କରିବା ପାଇଁ ଆହ୍ଵାନ ଜଣାଇଛନ୍ତି। ଫନି ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଅର୍ଥ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ବିପଦ ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ଆହ୍ଵାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe